ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା : ଲୋୟର ପିଏମଜିରେ ପାଳିଲେ କୁମାର ପୂର୍ଣ୍ଣିମା

58

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ । ୨୪ ଦିନ ହେବ ଦେଇଛନ୍ତି ଧାରଣା । ପିଲାଛୁଆଙ୍କୁ ଧରି ଲୋୟର ପିanganwadiଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ବିଭିନ୍ନ ଦାବି ନେଇ ଅଙ୍ଗନୱାଡି ସେଂଟରରେ ତାଲା ପକାଇ ଘରଦ୍ୱାର ଛାଡି ରାସ୍ତାରେ ବସିଛନ୍ତି । ପ୍ରାୟ ୭୨ ହଜାର ଅଙ୍ଗନୱାଡି ସେଂଟରରେ ପଡିଛି ତାଲା । ଆଉ ରାଜଧାନୀରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମଚାରୀ ।

ଆଜି କୁମାର ପୂର୍ଣ୍ଣମା ଅବସରରେ ଏହି ଅଙ୍ଗନୱାଡି କର୍ମୀମାନେ ଭୁବନେଶ୍ୱରର ପିଏମଜି ରାସ୍ତାରେ କୁମାର ପୂର୍ଣ୍ଣିମା ପାଳିବାର ଦେଖାଯାଇଛି । ଆଉ ନିଜର ଦାବି ନେଇ ମିଡିଆକୁ କହିଛନ୍ତି । ସେମାନଙ୍କର ଦାବି ରହିଛି ସେମାନଙ୍କୁ ସରକାରୀ ମାନ୍ୟାତା ଦିଆଯାଉ ଏବଂ  ଯଦି ନଦିଆଯାଏ ତାହେଲେ ସର୍ବନିମ୍ନ ୧୮ ହଜାର ଦରମା ଦିଆଯାଉ । ସହାୟିକାଙ୍କୁ ୯ହଜାର ଟଙ୍କା ଲେଖାଏଁ ମଜୁରୀ । ଏହା ସହ ଗ୍ରୀଷ୍ମ କାଳୀନ ଛୁଟି ଓ ପେନସନ ଲାଗୁକରାଯିବା ନେଇ ଦାବି ଜୋର ଧରିଛି । ନିଜର ଦାବି ପୂରଣ ନହେବା ଯାଏ ସେମାନେ ଏମିତି ଧାରଣାରେ ବସିବେ ବୋଲି କହିଛନ୍ତି । ଆଉ ଏହି ଧାରଣାକୁ ଆଗାମୀ ନର୍ବାଚନ ଯାଏ ବଳବତ୍ତର ରଖିବେ ।