ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ! ସମସ୍ତ ଦାବି ମାନିନେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ

423

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ସମସ୍ତ ଦାବି ମାନି ନେଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନବାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ରାଲିରେ ନବୀନ ନିବାସ ଅଭିମୁଖେ ଯାଇ ନବୀନଙ୍କୁ ଭେଟିଥିଲେ ଅଙ୍ଗନବାଡି କର୍ମୀ ।

ଏହାପୂର୍ବରୁ ଗତ ୧୨ ତାରିଖ ଦିନ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଠାରୁ ଆରମ୍ଭ କରି ସେମାନଙ୍କର ଅବସର ବୟସ ସୀମାକୁ ବୃଦ୍ଧି କରିଥିଲେ । ଅଙ୍ଗନବାଡି କର୍ମୀଙ୍କ  ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହାଛଡା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ ଦିନ ଖରାଛୁଟି ମିଳିବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବା ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।