୨୬ ଦିନରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା ! ଆନ୍ଦୋଳନରୁ ଓହରିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ନିବେଦନ

47

କନକ ବ୍ୟୁରୋ : ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ନିବଦେନ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଅଙ୍ଗନୱାଡି କର୍ମୀ ଆନ୍ଦୋଳନରୁ ଓହରନ୍ତୁ ତାଙ୍କ ଦାବି ଉପରେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ୨୬ ଦିନ ହେଲା ଅଙ୍ଗନବାଡି କର୍ମୀ ଆନ୍ଦୋଳନ କରୁଛନ୍ତି । ସେପଟେ ଆନ୍ଦୋଳନ ଯୋଗୁଁ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧିୟ ଅନେକ କାମ ବାଧାପ୍ରାପ୍ତ ହୋଇଛି । ପିଲାଛୁଆଙ୍କୁ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ରାଜଧାନୀରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମଚାରୀ । ଆଉ ରାଜ୍ୟର ପ୍ରାୟ ୭୨ ହଜାର ଅଙ୍ଗନୱାଡି ସେଂଟରରେ ପଡିଛି ତାଲା ।

ଅଙ୍ଗନୱାଡି କର୍ମୀମାନେ ରାଜାରାସ୍ତାରେ ଅହୋରାତ୍ରା ଧାରଣାରେ ବସିଛନ୍ତି । ଅଙ୍ଗନୱାଡି କର୍ମୀ କାହାର ତାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ନେତା ସୁବାସ ସିଂ କହିଛନ୍ତି, ଅଙ୍ଗନୱାଡି କର୍ମୀଙ୍କ ଯୋଜନା କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଛି । ତେଣୁ ଅଙ୍ଗନୱାଡି କର୍ମୀମାନେ ବିଜେପି ନେତାଙ୍କ ବାସଭବନ ଆଗରେ ଧାରଣା ଦେବା ଉଚିତ । ଏଥିସହ ସେ ବିଜେପି ନେତାଙ୍କ ଉପରେ ବର୍ଷି କହିଛନ୍ତି, ଅଙ୍ଗନୱାଡି ସ୍କିମ ବିଷୟରେ ନ ଜାଣି ବିଜେପି ନେତା ରାଜନୈତିକ ଫାଇଦା ନେବାକୁ ଧାରଣାସ୍ଥଳରେ ଆସି ବସୁଛନ୍ତି ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ସେ କହିଛନ୍ତି ସୁବାସ ସିଂ ଠାରୁ ଅଙ୍ଗନୱାଡି ସ୍କିମ ବାବଦରେ ବିଜେପି ବୁଝିବାର ଆବଶ୍ୟକତା ନାହିଁ ।