ରାଜରାସ୍ତାରେ ଅଙ୍ଗନୱାଡି ଦିଦି ! ୨୮ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ହଜାର ହଜାର କର୍ମୀ

27

କନକ ବ୍ୟୁରୋ : ରାଜରାସ୍ତାରେ ଅଙ୍ଗନୱାଡି ଦିଦି । ୨୮ ଦିନ ହେଲା ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର କର୍ମୀ । ଭୁବନେଶ୍ୱର ଲୋୟର ପିଏମଜିରେ ବର୍ଷା ରାତିରେ ବି ବନ୍ଦ ହୋଇନି ଆନ୍ଦୋଳନ । ପିଲା ଛୁଆ ଧରି ରାସ୍ତାରେ ବସିଛନ୍ତି କର୍ମୀ । ଅଧିକ ଦରମା ସହ ୧୨ ଦଫା ଦାବିରେ ଅଡି ବସିଛନ୍ତି ଅଙ୍ଗନୱାଡି ଦିଦି । ସେପଟେ ସାରା ରାଜ୍ୟରେ ବନ୍ଦ ରହିଛି ଅଙ୍ଗନୱାଡି କେନ୍ଦ୍ର । ଶିଶୁଙ୍କ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସଚେତନତା ବନ୍ଦ ରହିଛି । ଶିଶୁଙ୍କୁ ଟୀକାକରଣ ଦିଆଯାଇପାରୁନାହିଁ । ଏହାରି ଭିତରେ ଅଙ୍ଗନୱାଡି ଦିଦିଙ୍କ ଦାବିକୁ ନେଇ ରାଜ୍ୟ-କେନ୍ଦ୍ର ଟଣାଓଟରା ଚାଲିଛି ।