ଓହରିଲେ ହେଲେ ଦିଲ୍ଲୀ ଦରବାରକୁ ଆନ୍ଦୋଳନକୁ ନେବେ ଅଙ୍ଗନୱାଡ଼ି ଦିଦି ! ଆସନ୍ତା ୧୭ରେ ଦିଲ୍ଲୀରେ ଆନ୍ଦୋଳନ

34

କନକ ବ୍ୟୁରୋ : ସରକାରଙ୍କ ଡେଡଲାଇନ୍ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ନରମିଲେ ଅଙ୍ଗନୱାଡ଼ି ଦିଦି । ଆଜି ଦୀର୍ଘ ୪୦ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସଂଘ ପକ୍ଷରୁ ଘୋଷଣା କରାଯାଇଛି । ତେବେ ତାଙ୍କ ଆନ୍ଦୋଳନ ଏବେ ବନ୍ଦ ହୋଇନାହିଁ । ଆସନ୍ତା ନଭେମ୍ବର ୧ରୁ ୭ ତାରିଖ ଯାଏଁ ସେମାନେ ବ୍ଲକ ସ୍ତରରେ ଆନ୍ଦୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବି ପତ୍ର ଦିଆଯିବ । ପରେ ନଭେମ୍ବର ୧୭ ବେଳକୁ ଦିଲ୍ଲୀରେ ବିଶାଳ ବିକ୍ଷୋଭ କରାଯିବ ବୋଲି ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ କୁହାଯାଇଛି ।

anganwadi workerତେବେ ସରକାର ତାଙ୍କର ଦାବି ଅଧା ଅଧୁରା ପୂରଣ କରିଛନ୍ତି । ତେଣୁ ଏହାର ସଂପୂର୍ଣ୍ଣ ପୂରଣ ଦାବିରେ ଅଙ୍ଗନୱାଡ଼ିମାନେ ପୁଣି ରାଜରାସ୍ତାକୁ ଆସିବେ ବୋଲି ସଂଘ କହିଛି । ପୂର୍ବରୁ ୨୩ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ । ଏହାସହ କେଉଁ କେଉଁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି ତାହାର ରିପୋର୍ଟ ଦେବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ କଡା ଆଭିମୁଖ୍ୟ ପରେ ଅଙ୍ଗନୱାଡ଼ି ଆନ୍ଦୋଳନ ସ୍ଥଗିତ ରଖିଥିବା କୁହାଯାଉଛି ।