ସରିଲା ଅଙ୍ଗନୱାଡ଼ି କର୍ମୀଙ୍କ ଡେଡଲାଇନ୍ ! କାର୍ଯ୍ୟରେ ଯୋଗ ଦେଇନଥିବା ଦିଦିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

37

କନକ ବ୍ୟୁରୋ : ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଡେଡଲାଇନ୍ ଆଜି ଶେଷ ହୋଇଛି । କାର୍ଯ୍ୟରେ ଯୋଗ ଦେଇନଥିବା ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପ୍ରକିୟା ଆରମ୍ଭ ହୋଇଥିବା ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି । ଯେଉଁ କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇନି ସେଠାରେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନୱାଡ଼ି ଦିଦି ମାନେ ତାଙ୍କର ଗୁରୁଦାୟିତ୍ୱ ଉପଲବ୍ଧ କରି କାମରେ ଯୋଗ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଯେବେଠୁ ଦରମା ବୃଦ୍ଧି ଘୋଷଣା କରିଛନ୍ତି ସେବେଠୁ ଲାଗୁ କରାଯିବ । ଆଉ ଅଧିକ ଦରମା ବୃଦ୍ଧି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

anganwadiସୂଚନାଯୋଗ୍ୟ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ପ୍ରାୟ ଏକ ମାସରୁ ଅଧିକ ଦିନ ଆନ୍ଦୋଳନ କରିଥିଲେ ଅଙ୍ଗନୱାଡ଼ି କର୍ମୀ । ଆନ୍ଦୋଳନ ଯୋଗୁଁ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧିୟ ଅନେକ କାମ ବାଧାପ୍ରାପ୍ତ ହୋଇଥିଲା । ପିଲାଛୁଆଙ୍କୁ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଥିଲେ ଅଙ୍ଗନୱାଡି କର୍ମୀ । ରାଜଧାନୀରେ ଅହୋରାତ୍ର ଧାରଣା ଜାରି ରଖିଥିଲେ ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମଚାରୀ । ଏଥିଯୋଗୁଁ ରାଜ୍ୟର ପ୍ରାୟ ୭୨ ହଜାର ଅଙ୍ଗନୱାଡି ସେଂଟରରେ ତାଲା ପଡ଼ିଥିଲା । ଏହା ବ୍ୟତୀତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ରାଜନୀତି ଆରମ୍ଭ ମଧ୍ୟ ହୋଇଥିଲା । ତେବେ ଦରମା ବୃଦ୍ଧି ପରେ ମଧ୍ୟ ଥମିନି ଦିଦିଙ୍କୁ ନେଇ ରାଜନୀତି ।