କେନ୍ଦୁଝର : ଭଙ୍ଗାଘରେ କୋମଳମତି ଶିଶୁଙ୍କ ଭାଗ୍ୟ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

75

କନକ ବ୍ୟୁରୋ : ଭଙ୍ଗା ଦଦରା ଘରେ ବନ୍ଧା ପଡିଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦପୂର୍ଣ୍ଣ ଭାବେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । କେତେବେଳ ଯେ କେଉଁ ଅଘଟଣ ଘଟିବ ସେନେଇ ଆଂଶକା ପ୍ରକାଶ ପାଇଛି । ଏପରି ଘଟଣା ଦେଖିବା ପାଇଁ ମିଳିଛି କେନ୍ଦୁଝର ସଦରବ୍ଲକ ବରଦାପାଳ ପଂଚାୟତ ଚୁଡାକୁଟା ସାହିରେ । ଆଦିବାସୀ ବହୁଳ ଏହି ଗ୍ରାମରେ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା ଏକ ଅଙ୍ଗନୱାଡି କେନ୍ଦ୍ର । ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୫ଜଣ ଆଦିବାସୀ କୋମଳମତି ଶିଶୁ ନିଜର ଭାଗ୍ୟ ଗଢୁଛନ୍ତି । ନିଜସ୍ୱ ଗୃହ ନଥିବା ଏହି କେନ୍ଦ୍ର ପ୍ରଥମେ ଗଛମୁଳେ ଚାଲିଥିଲା । ପରେ ଏନେଇ ଗାଁଲୋକ ପ୍ରତିବାଦ କରିବାରୁ କିଛି ମାସ ହେବ ତାକୁ ଏକ ଘରକୁ ସ୍ଥାନାନ୍ତର କରାଯାଇଛି ।

କିନ୍ତୁ ଉକ୍ତ ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଓ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଭଙ୍ଗା ଦଦରା ମାଟି କାନ୍ଥସହ ଭଙ୍ଗା ଖପର । ଫଳରେ ଅଭିଭାବକ ମାନେ ନିଜ ଛୁଆଙ୍କୁ ପାଠପଢିବାକୁ ଚାଡିବାକୁ ଅମଙ୍ଗ ହେଉଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଅଭିଯୋଗ ପରେ ଭଲ ଘରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଦର ସିଡିପଓ । ଏବଂ ପରେ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।