ଗୁଗଲ ଜାରି କଲା ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଓରିଓ ! ଜାଣନ୍ତୁ କ’ଣ କ’ଣ ରହିଛି ସ୍ୱତନ୍ତ୍ର ଫିଚର

60

ଜାରି ହେଲା ଆଣ୍ଡଏଡ଼ର ନୂତନ ତଥା ଆଗାମୀ ଭର୍ସନ । ଗୁଗୁଲ ବିଧିବଦ୍ଧ ଭାବେ ଆଣ୍ଡ୍ରଏଡ଼ର ଆଗାମୀ ଭର୍ସନ ଜାରି କରିଛି , ଯାହାର ନାମ ହେଲା ଆଣ୍ଡଏଡ଼ ଓରିଓ । ଗୁଗଲ ଏହାକୁ ଏକ ନିଆରା ଅନ୍ଦାଜରେ ଜାରି କରିଛି । କାରଣ ଏହାକୁ ଠିକ ସେହି ସମୟରେ ଲଞ୍ଚ କରାଯାଇଥିଲା ଯେତେବେଳେ ଆମେରିକାରେ ୯୯ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିଲା । ଗୁଗୁଲ ଏହାର ଲଂଚ ଭିଡ଼ିଓକୁ ନିକଟରେ ଉପସ୍ଥାପନ କରିଛି । କାରଣ ଏଥର ଗୁଗୁଲ ଆଣ୍ଡଏଡ଼ ଓରିଓ ଲଂଚ କରିଛି, ଏଥିପାଇଁ ଓରିଓ ବିସ୍କୁଟକୁ ସୂର୍ଯ୍ୟ ପରି ଦର୍ଶାଯାଇଛି । ପ୍ରତି ଥର ପରି ଗୁଗୁଲ ଏଥର ମଧ୍ୟ ଅନେକ ଛୋଟ ବଡ଼ ପରିବର୍ତ୍ତନ କରିିଛି । ଏହାର ପ୍ରିଭ୍ୟୁ ପୂର୍ବରୁ ଆସି ସାରିଥିଲା । ଏଥଇପାଇଁ ଏହାର କିଛି ଫିଚର ଆଗରୁ ବର୍ଣ୍ଣନା କରାଯାଇଥିଲା ।

ତେବେ ଆସନ୍ତୁ ଜାଣିବା ଆଣ୍ଡଏଡ଼ ଓରିଓ ୮.୦ ର କ’ଣ ସ୍ୱତନ୍ତ୍ରତା ରହିଛି ?

– କମ୍ପାନି ଦାବି କରିଛି ଏହା ବିଗତ ଆଣ୍ଡଏଡ଼ ଭର୍ସନ ତୁଳନାରେ ଦୁଇ ଗଣ ଅଧିକ କାର୍ଯ୍ୟଦକ୍ଷ ସାବ୍ୟସ୍ତ ହେବ । ଏହାର ବୁଟ ବେଗ ମଧ୍ୟ ଆଉ ଅଧିକ ହେବ ।

– ଆଣ୍ଡ୍ରଏଡ଼ ଓରିଓ ଉକ୍ତ ଆପ ଗୁଡ଼ିକର ସକ୍ରିୟତା କମ କରିଦେବ, ଯାହା ଆପଣ କମ୍ ବ୍ୟବହାର କରୁଛନ୍ତି । ଯଦ୍ୱାରା ଫୋନର ବେଗ ବଢ଼ିଯିବ ।

– ଗ୍ରାହକଙ୍କ ଅନୁମତି ଅନୁସାରେ ଆକାଉଂଟ ସହଜରେ ଲଗ ଇନ କରିବା ପାଇଁ ଅଟୋଫିଲ ଫିଚର ଆପଣଙ୍କ କାମରେ ଆସିବ । ନିଜର ପ୍ରିୟ ଆପକୁ ଶୀଘ୍ର ଲଗ ଇନ କରିବା ପାଇଁ ଏହାର ବ୍ୟବହାର କରିପାରିବେ ।

– ଆଣ୍ଡ୍ରଏଡ଼୍ ଓରିଓରେ ଦିଆଯାଇଥିବା ଫିଚର ଯୋଗୁଁ ଥରକରେ ଆପଣ ଦୁଇଟି ଆପ ବ୍ୟବହାର କରିପାରିବେ । ଉଦାହରଣ ସ୍ୱରୂପ ଭିଡ଼ିଓ କଲିଂ କରିବା ସମୟରେ ଆପଣ ଚାହିଁଲେ ଯେ କୌଣସି ଅନ୍ୟ ଆପର ବ୍ୟବହାର କରପାରିବେ । ଆପଣଙ୍କ ସ୍କ୍ରିନର କୋଣରେ ଯାହା ସହ ଭିଡ଼ିଓ କଲରେ ଥିବେ ତାଙ୍କୁ ଦେଖିପାରିବେ ।

– ନୋଟିଫିକେସନ୍ ଡଟକୁ କ୍ଲିକ କରିବା ପରେ ନୂଆ କ’ଣ ରହିଛି ଆପଣ ଜାଣିପାରିବେ । ଏହାକୁ କ୍ଲିୟର କରିବା ପାଇଁ ଆପଣଙ୍କୁ କେବଳ ଏକ ସ୍କାଇପ କରିବା ପାଇଁ ପଡ଼ିବ ।

– ଇନଷ୍ଟୋଲ ନକରି ସିଧା ବ୍ରାଉଜରୁ ହିଁ ଆପଣ ଆପର ବ୍ୟବହାର କରିପାରିବେ । ଏପରି କରିବା ଦ୍ୱାରା ମେମୋରୀ ମଧ୍ୟ ବଞ୍ଚିବ । କାରଣ ଅନେକ ଥର ଏପରି ହୁଏ ମାତ୍ର ଗୋଟିଏ ଥର ବ୍ୟବହାର ପାଇଁ ଆମକୁ ଆପ ଡାଉନଲୋନ କରିବା ପାଇଁ ପଡ଼େ । ଏହାସହ ଏଇଠି କହି ରଖୁଛୁ ଏହି ସୁବିଧା କେବେଳ କିଛି ଆପ ପାଇଁ ହିଁ ଉପଲବ୍ଧ ।

– ଆଣ୍ଡଏଡ଼ ଓରିଓ ସହ ଗୁଗୁଲ ପ୍ରୋଆକ୍ଟିଭ ଦିଆଯାଇଛି ଯାହା ସବୁଠାରୁ ଜରୁରୀ । ଗୁଗୁଲ ଦାବି କରିଛି ପ୍ରୋଆକ୍ଟିଭ ୫୦ ବିଲିୟନ ଆପକୁ ସ୍କାନ କରିପାରିବ । ଏହାର ଲକ୍ଷ୍ୟ ଆଣ୍ଡଏଡ଼ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବ । କାରଣ ଅଧିକ ଭାଇରସ ଭୁଲ ଆପ ଡାଉନଲୋନ କରିବା ଦ୍ୱାରା ଫୋନକୁ ଆସିଥାଏ ।

– ବିଗତ ଥର ପରି ଏଥର ମଧ୍ୟ କମ୍ପାନି ଦାବି କରିଛି ଏହି ନୂତନ ଭର୍ସନରେ ବ୍ୟଟେରୀ ବଞ୍ଚାଇବା ପାଇଁ ଫିଚର ଦିଆଯାଇଛି । କମ୍ପାନୀ କହିବା ଅନୁସାରେ ଆପଣ ଗେମ ଖେଳନ୍ତୁ କିମ୍ବା ଭିଡଓ ଟ୍ରିମ କରନ୍ତୁ ଆପଣଙ୍କ ବ୍ୟାଟେରୀ ଲାଇଫରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

– ଏହି ନୁତନ ଭସର୍ନରେ ନୁତନ ଇମୋଜିର ସୁବିଧା ମଧ୍ୟ ମିଳିବ । ଗୁଗୁଲ ଆଣ୍ଡଏଡ଼ ଓରିଓରେ ୬୦ ଟି ନୂତନ ଇମୋଜି ଯୋଡ଼ି ହୋଇଛି ।

– ଆଣ୍ଡଏଡ଼ର ଟିଭି ଫିଚର ରହିବ ଏହି ନୂତନ ଭର୍ସନରେ । ଏହାଦ୍ୱାରା ଗ୍ରାହକ ଅନ୍ୟ ଆପ ବ୍ୟବହାର ସମୟରେ ଟିଭି ମଧ୍ୟ ଦେଖିପାରିବେ । ଅର୍ଥାତ ଭିଡ଼ିଓ ଦେଖିିବା ସମୟରେ ଯଦି କୌଣସି ଆପର ବ୍ୟବହାର କରୁଛନ୍ତି ତେବେ ଭିଡ଼ିଓ ବନ୍ଦ ହେବ ନାହିଁ । ଏହା ମଲ୍ଟିଟାକ୍ସିଂ ପାଇଁ ସାବ୍ୟସ୍ତ ହେବ ।

– ଆଣ୍ଡଏଡ଼ ଓରିଓରେ ଉଚ୍ଚକୋଟୀର ଓଡ଼ିଓ କୋନଡ଼କ ଦିଆଯାଇଛି ଯେଉଁଠି ଏଲଡ଼ିଏସି କୋଡ଼େକ ସାମିଲ ରହିଛି ।

– ୱାଇଫାଇ ଫିଚରରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏଥିରେ ୱାଇଫାଇ ଏୱାର ନାମକ ଏକ ଫିଚର ରହିବ ଯେଉଁଠି ବିନା ଇଂଟରନେଟ କନେକ୍ସନ ପଏଂଟରେ ହିଁ ଦୁଇଟି ଡିଭାଇସ କନେକ୍ଟ ହୋଇପାରିବ ।

ଗୁଗୁଲ ଆଣ୍ଡଏଡ଼ ଓରିଓର ଉପଲବ୍ଧତାର ଘୋଷଣା କରିଛି । ଏଥିପାଇଁ ଏବେ ପରୀକ୍ଷଣ ଜାରି ରହିଛି । ସୂଚନା ଅନୁସାରେ ସବୁ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନକୁ ଏହାର ଅପଡ଼େଟ୍ ମିଳିବ ନାହିଁ । କେବଳ କିଛି ବଛା ବଛା ସ୍ମାର୍ଟଫୋନରେ ହିଁ ଆଣ୍ଡଏନ ଅପଡ଼େଟ୍ ମିଳିବ । ଯଦି ଆପଣଙ୍କ ପାଖରେ ଗୁଗୁଲ ସ୍ମାର୍ଟଫୋନ ବ୍ୟତୀତ ନୋକିଆ ଓ ଧ୍ୱାନ ପ୍ଲସ ସ୍ମାର୍ଟଫୋନ ଅଛି ଏମାନେ ଶୀଘ୍ର ନୁତନ ଭର୍ସନ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।