ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଏହି ୧୦ ଟି ସିକ୍ରେଟ କୋଡ଼୍ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଜାଣିରଖନ୍ତୁ ।

182

ଆଜିର ସମୟରେ ସମସ୍ତଙ୍କର ହାତରେ ସ୍ମାର୍ଟଫୋନ୍ ଦେଖିବା ପାଇଁ ମିଳୁଛି । ଅନେକ ଲୋକ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ କିଛି ଲୋକ ଆଇଫୋନ ବ୍ୟବହାର କରଛନ୍ତି । ଏପରିସ୍ଥଳେ ଆପଣଙ୍କୁ ନିଜ ଫୋନ୍ ବିଷୟରେ ସବିଶେଷ ବିବରଣୀ ଜାଣିବା ଉଚିତ୍ । ତେବେ ଫୋନ ବିଷୟରେ ସବୁ କଥା କିପରି ଜାଣିବେ ? ଅନେକ ଥର ଏପରି ହୁଏ ଦୋକାନୀ ଆପଣଙ୍କୁ ଫୋନର କିଛି ଫିଚର ବିଷୟରେ ଜଣାଏ କିନ୍ତୁ ଆପଣଙ୍କୁ ଫୋନରେ ଅନ୍ୟ କଛି ମିଳେ । ଯଦି ଆପଣ ୧୦ଟି ସିକ୍ରେଟ୍ କୋଡ଼୍ ଜଣାଅଛି ତେବେ ଆପଣଙ୍କୁ ପୁରା ବିବରଣୀ ଠିକ୍ ଠିକ୍ ମିଳିପାରିବ ।

୧. ଷ୍ଟାରହାସଷ୍ଟାର୪୬୩୬ହାସଷ୍ଟାରହାସଷ୍ଟାର : ଏହି କୋଡ଼୍ ଦ୍ୱାରା ଆପଣ ନିଜ ଫୋନର ସବିଶେଷ ବିବରଣୀ ପାଇପାରିବେ । ଯେପରି ବ୍ୟାଟେରୀ କ୍ଷମତା, ମୋବାଇଲ ଡିଟେଲ୍, ୱାଇଫାଇର ବିବରଣୀ, ଆପ ୟୁସେଜ୍ ଆଦି ଅନେକ କଥା ଜାଣିପାରିବେ ।

୨. ଷ୍ଟାର୨୭୬୭ଷ୍ଟାର୩୮୫୫ଷ୍ଟାର : ଏହି କୋଡ଼୍ ବ୍ୟବହାର କରି ଆପଣଙ୍କ ଫୋନ ରିସେଟ୍ ହୋଇଯିବ । ଏହି କୋଡ଼୍ ଡାଏଲ କରିବା ଦ୍ୱାରା ଆପଣଙ୍କ ଫୋନ ମେମୋରି ଡିଲିଟ୍ ହୋଇଯିବ । ଏହି କୋଡ଼ ଦରକାର ହେଲେ ହିଁ ବ୍ୟବହାର କରନ୍ତୁ ।

୩. ଷ୍ଟାରହାସଷ୍ଟାରହାସ୨୬୬୪ହାସ ଷ୍ଟାରହାସ ଷ୍ଟାର : ଏହି କୋଡ଼୍ ସାହାଯ୍ୟରେ ଆପଣ ନିଜ ଫୋନର ଟଚ୍ ସ୍କ୍ରିନ ପରୀକ୍ଷା କରିପାରିବେ । ସ୍କ୍ରିନ୍ ଟଚ୍ ଠିକରେ କାମ କରୁଛି ନା ନାହିଁ ଏହି କୋଡ଼୍ ମାଧ୍ୟମରେ ଜଣାପଡ଼ିବ ।

୪. ଷ୍ଟାରହାସଷ୍ଟାରହାସ୦୮୪୨ହାସଷ୍ଟାହାସଷ୍ଟାର : ଏହି କୋଡ଼୍ ସାହଯ୍ୟରେ ଫୋନର ଭାଇବ୍ରେସନ ପରୀକ୍ଷା କରାଯାଇପାରିବ ।

୫. ଷ୍ଟାରହାସଷ୍ଟାରହାସ୩୪୯୭୧୫୩୯ହାସଷ୍ଟାରହାସଷ୍ଟାର : ଏହି କୋଡ଼୍ ଦ୍ୱାରା କ୍ୟାମେରା ବିଷୟରେ ଆପଣ ସମସ୍ତ ବିବରଣୀ ଜାଣଇପାରିବେୋ

୬. ଷ୍ଟାରହାସ୨୧ହାସ : ଏହି କୋଡ଼ ମାଧ୍ୟମରେ ଆପଣଙ୍କ ଫୋନର ମେସଜ, କଲ, ଡାଟା ଆଦି ଅନ୍ୟ କେଉଁଠାକୁ ଡାଇଭର୍ଟ ହେଉଛି କି ନାହିଁ ଜାଣିପାରିବେ ।

୭. ଷ୍ଟାରହାସ୬୨ହାସ : ଅନେକ ଥର ଆପଣଙ୍କ ନମ୍ବର ନୋ ସର୍ଭିସ କିମ୍ବା ନୋ ଆରସର କୁହେ । ଏପରିସ୍ଥଳେ ଆପଣ ଏହି କୋଡ଼ ବ୍ୟବହାର କରି ଜାଣି ପାରିବେ ଆପଣଙ୍କ ନମ୍ବର ଅନ୍ୟ କୌଣସି ଫୋନକୁ ରି-ଡାଇରେକ୍ଟ କରାଯାଇଛି କି ନାହିଁ ।

୮. ହାସହାସ୦୦୨ହାସ : ଏହି କୋଡ଼ ମାଧ୍ୟମରେ ଫୋନର ସମସ୍ତ ଫରୱାର୍ଡ଼ିଂ ଡିଆକ୍ଟିଭେଟ୍ କରିପାରିବେ । ଯଦି ଆପଣଙ୍କ ଲାଗୁଛି ଆପଣଙ୍କ କଲ୍ ଅନ୍ୟ କାହା ନମ୍ବରକୁ ଡାଇଭର୍ଟ ହେଉଛି ତେବେ ଏହି କୋଡ଼୍ ଡାଏଲ କରନ୍ତୁ ।

୯. ଷ୍ଟାର୪୩୦ହାସ : ଏହି କୋଡ଼ ମାଧ୍ୟମରେ ଆପଣ ନିଜର ଫୋନରେ କଲ ଭୋଟିଂ ସର୍ଭିସ ଆରମ୍ଭ କରିପାରିବେ, ଏହାସହ ସମାନ ନମ୍ବରରକୁ ଡାଏଲ କରି ଏହି ସେବାକୁ ବନ୍ଦ ମଧ୍ୟ କରିପାରିବେ ।

୧୦. ଷ୍ଟାରହାସ୦୬ହାସ : ଏହି କୋଡ଼ ସାହାଯ୍ୟରେ ଆଇଏମଇଆଇ ନମ୍ବର ଜାଣିପାରିବେ । ଏହି କୋଡ଼ ମାଧ୍ୟମରେ ଯେକୌଣସି ଫୋନର ଚିହ୍ନଟ ହୋଇପାରିବ । ସବୁ ଫୋନ ପାଇଁ ଏହି କୋଡ଼ ଅଲଗା ଅଲଗା । ଏହି ନମ୍ବର ଦ୍ୱାରା ପୋଲିସ ଫୋନକୁ ଟ୍ରାକ କରିପାରିବ ।