ଗଂଜାମରେ ଅପରେସନ୍ କ୍ଳିନ୍

19

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗଂଜାମ ଓ ବ୍ରହ୍ମପୁର ଜିଲ୍ଲାରେ ଚାଲିଛି ଅପରେସନ୍ କ୍ଲିନ୍ । ଗଙ୍ଗାଜଲ ଷ୍ଟାଇଲରେ ଚାଲିଛି ଅପରେସନ । ଆଉ ଏହାର ନେତୃତ୍ୱ ନେଉଛନ୍ତି ଆପିଏସ୍ ଆଶିଷ ସିଂ । ଚାଲିଛି ସିରିଜ୍ ଏନକାଉଂଟର ।  ଆଉ ପୁଣି ଜଣେ ହାର୍ଡକୋର ଅପରାଧୀକୁ ଏନକାଉଂଟର କରିଛି ବ୍ରହ୍ମପୁର ପୁଲିସ୍ । ତା ନାଁ ରେ ରହିଛି ୧୯ ଅଧିକ ସଙ୍ଗୀନ ମାମଲା । ଏହା ସହ ଗଂଜାମ ଓ ବ୍ରହ୍ମପୁର ପୁଲିସ୍ ମିଳିତ ଭାବେ ଅପରେସନ୍ କ୍ଲିନକୁ ଜୋରଦାର କରିଛନ୍ତି ।

କେବଳ ଏନକାଉଂଟର ନୁହେଁ ଗଲା ତିନି ମାସ ଭିତରେ ୩ ଶହ ଜଣ ଅପରାଧୀଙ୍କୁ ଗିରଫ୍ କରିଛି ପୁଲିସ୍  । ଏହାସହ ପୂର୍ବତନ ବିଧାୟକ ତଥା ବ୍ରହ୍ମପୁରର ବାହୁବଳୀ ରମେଶ ଜେନା ଗିରଫ ହେବା ପରେ ଏହି ଅପରେସନକୁ ଆହୁରି ଯୋରଦାର କରାଯାଇଛି । ପାଖାପାଖି ୬ ଜଣ ୱାରେଂଟିକୁ ଜେଲର ରାସ୍ତା ଦେଖାଇଛନ୍ତି ଉଭୟ ବ୍ରହ୍ମପୁର ଓ ଗଂଜାମ ପୁଲିସ୍  ।