ସେରୁବନ୍ଧ ପାହାଡ଼ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ! ମୂଲ୍ୟବାନ ପଥରରେ ଭରପୁର ପାହାଡକୁ ଓଡ଼ିଶା ସରକାରଙ୍କ ଅଣଦେଖା

75

କନକ ବ୍ୟୁରୋ : ହୀରା ପାହାଡ଼ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ବର୍ଷ ବର୍ଷ ଧରି କୋଟିଆ ବାସୀଙ୍କ ଜୀବନ ଜୀବିକା ପାଲଟିଛି ସେରୁବନ୍ଧ ପାହାଡ଼ । ଏଥିରୁ ବାହାରୁଥିବା ମୁଲ୍ୟ ବାନ ପଥରକୁ ନେଇ ମାଲାମାଲ ହେଉଛନ୍ତି ଦଲାଲ୍ ।

ଚାରିଆଡ଼େ ଖଣିଜ ସମ୍ପଦରେ ଭରା ସେରୁବନ୍ଧ ପାହାଡ଼ । କୋରାପୁଟ ଜିଲ୍ଲା କୋଟିଆ ପଂଚାୟତର ଥୁରିଆ ଗାଁରେ ଥିବା ଏହି ପାହାଡ ସ୍ଥାନୀୟ ଲୋକଙ୍କୁ ଜୀବନ ଜୀବିକା ଯୋଗାଉ ଥିବାବେଳେ ଏହା ଉପରେ ଆନ୍ଧ୍ର ସରକାରଙ୍କ ନଜର । ସେରୁବନ୍ଧ ପାହାଡ଼ରେ କେଟ ସାଇଜ୍ ହୀରା, ସୁନା, ବକ୍ସସାଇଡ଼, ମାଙ୍ଗାନିଜ ଶୀଶା ଓ ଲୁହା ଭଳି ଅନେକ ଖଣିଜ ସମ୍ପଦ ରହିଛି । ଯେଉଁଥି ପାଇଁ ଆନ୍ଧ୍ର ଏବେ କୋଟିଆକୁ ନିଜର କରିବାକୁ ଲାଗି ପଡ଼ିଛି । ଏହି ପାହାଡ ଓଡ଼ିଶା ସୀମାରେ ଥାଇ ମଧ୍ୟ ଏହାକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ସେପଟେ ଏହି ହୀରା ପଥରକୁ କମ୍ ଦରରେ କିଣି ଆନ୍ଧ୍ରରେ ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି ଦଲାଲ ।

୧୯୩୬ ମସିହାରୁ ଓଡ଼ିଶା ପାଖରେ ରହିଥିବା ଏହି କୋଟିଆରେ ଭରି ରହିଛି ଖଣିଜ ସମ୍ପଦ, ଯାହା ଉପରେ ଆନ୍ଧ୍ର କରିଛି ନଜର । ଏହାକୁ ନେବା ପାଇଁ ଲୋଭ ଦେଖାଇ ଲୋକଙ୍କୁ କରୁଛି ଆପଣାର । ସୁପ୍ରୀମ କୋର୍ଟଙ୍କ ସ୍ଥିତାବସ୍ଥା ରହିଥିବା ସତ୍ୱେ ଖାତିର ନ କରି ଆରମ୍ଭ କରିଛି ଦାଦାଗିରି । ରଜ୍ୟ ସରକାରଙ୍କ ଅଣଦେଖା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କହିଛନ୍ତି କୋଟିଆ ସଂଗଠନର ସଭାପତି ।