ଟିଡିପି ଆଣିଲା ଅନାସ୍ଥା ପ୍ରସ୍ତାବ । ସଂସଦରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ତେଲଗୁ ଦେଶମ୍ ପାର୍ଟି

23

କନକ ବ୍ୟୁରୋ: ଟିଡିପି ଆଣିଲା ଅନାସ୍ଥା ପ୍ରସ୍ତାବ । ସଂସଦରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ତେଲଗୁ ଦେଶମ୍ ପାର୍ଟି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନମିଳିବା ନେଇ ଏନଡିଏ ମେଂଟରୁ ଓହରିବା ପରେ ଅନାସ୍ଥା ପ୍ରସ୍ତାବ ଆଣିଛି ଟିଡିପି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଲୋକସଭାରେ ହଙ୍ଗାମା ହୋଇଛି । ଟିଡିପି ସାଂସଦମାନେ ପାଟିତୁଣ୍ଡ କରିଥିଲେ ଫଳରେ ୧୨ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା ।

ଆଜି ସକାଳେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଦଳର ପଲିଟ ବ୍ୟୁରୋ ସଦସ୍ୟଙ୍କ ସହମତି ପରେ ଏନଡିଏ ଛାଡିବାକୁ ନିଷ୍ପତି ନେଇଥିଲେ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନମିଳିବା ନେଇ ବିଜେପି ସହ ଟିଡିପିର ସମ୍ପର୍କ ତିକ୍ତ ହୋଇଥିଲା । ଫଳରେ ଗତ କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଟିଡିପିର ଦୁଇ ଜଣ ସଦସ୍ୟ । ତେବେ ଅନାସ୍ଥା ପ୍ରସ୍ତାବ ନେଇ କୌଣସି ବିପଦ ନଥିଲେ ମଧ୍ୟ ମୋଦି ସରକାରକୁ ଏକ ଝଟକା ଲାଗିଛି ।