ସୁବିଧାରେ ବ୍ୟବସାୟ ହେବ କେଉଁଠି ? ପ୍ରକାଶ ପାଇଲା ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ତାଲିକା, ଆନ୍ଧ୍ର ନମ୍ବର ୱାନ୍ ଓ ଦ୍ୱିତୀୟରେ ତେଲେଙ୍ଗାନା

57

କନକ ବ୍ୟୁରୋ : ବ୍ୟବସାୟ କରିବା ପାଇଁ ଦେଶରେ ସବୁଠୁ ଉତ୍କୃଷ୍ଠ ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର ସ୍ଥାନ ରହିଛି ବହୁତ ତଳେ । କେଉଁ ରାଜ୍ୟରେ ବ୍ୟବସାୟ କରିବା ସହଜ ଏବଂ ଉତ୍ତମ ବ୍ୟବସାୟିକ ବାତାବରଣ ରହିଛି, ଏ ନେଇ ବିଶ୍ୱବ୍ୟାଙ୍କ ସହାୟତାରେ ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ହେଲେ ଓଡ଼ିଶାର ସ୍ଥାନ ରହିଛି ୧୪ ନମ୍ବର ସ୍ଥାନରେ । ବିଶ୍ୱବ୍ୟାଙ୍କ ସହ କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଓ ସଂବର୍ଦ୍ଧନ ବିଭାଗ ମିଳିତ ଭାବେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ୯୮.୪୨ ପ୍ରତିଶତ ସ୍କୋର କରି ତାଲିକାର ଶୀର୍ଷରେ ରହିଛି ଆନ୍ଧ୍ରପ୍ରଦେଶ ।

ease of doing list
image courtesy -https://www.moneycontrol.com

 

ଏହା ପରେ ୯୮.୩୩ ପ୍ରତିଶତ ସ୍କୋର କରି ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ଏବଂ ୯୮.୦୭ ପ୍ରତିଶତ ସ୍କୋର କରି ହରିୟାଣା ରହିଛି ତୃତୀୟ ସ୍ଥାନରେ । ଏହି ତିନିଟି ରାଜ୍ୟ ସହ ତାଲିକାର ପ୍ରଥମ ୧୦ ରାଜ୍ୟ ଗୁଡିକ ହେଲେ ଝାଡଖଣ୍ଡ, ଗୁଜରାଟ, ଛତିାଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚିମବଙ୍ଗ । ତେବେ ଓଡ଼ିଶାର ସ୍ଥାନ ୧୧ ନମ୍ବର ସ୍ଥାନରୁ ୧୪ ତମ ସ୍ଥାନକୁ ଖସିଯାଇଛି । ଓଡ଼ିଶାର ରିଫର୍ମ ଏଭିଡେନ୍ସ ସ୍କୋର ରହିଛି ୯୭.୮୩ ପ୍ରତିଶତ । ହେଲେ ଫିଡ୍ ବ୍ୟାକ୍ ସ୍କୋର ରହିଛି ମାତ୍ର ୩୯.୨ ପ୍ରତିଶତ । ମୋଟ ସ୍କୋର ହେଉଛି ୯୨.୦୯ ପ୍ରତିଶତ । ଏହାର ଅର୍ଥ ହେଉଛି ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ ପାଉଛି । ହେଲେ ବ୍ୟବସାୟରେ ପ୍ରତିବନ୍ଧକ ରହୁଛି । ତେଣୁ ଫିଡ୍ ବ୍ୟାକ୍ ଭଲ ରହୁନାହିଁ ।