ଚନ୍ଦ୍ରବାବୁ ନାଇଡୁଙ୍କ ୧୨ ଘଣ୍ଟିଆ ଅନଶନ ପାଇଁ ଆନ୍ଧ୍ରପ୍ରଦେଶ ସରକାର ଖର୍ଚ୍ଚ କଲେ ୧୦ କୋଟି ଟଙ୍କା ! ପ୍ରଦର୍ଶନୀରେ ଆସିବା ଲୋକଙ୍କ ପାଇଁ ଆୟୋଜିତ ହୋଇଥିଲା ଭିଆଇପି ସୁବିଧା ।

135

ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ନିଜର ୧୨ ଘଣ୍ଟାର ଉପବାସ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ରାଜ୍ୟ ସରକାର ତରଫରୁ ଫେବୃଆରୀ ୬ ତାରିଖରେ ଖର୍ଚ୍ଚର ତାଲିକା ବାହାର କରିଥିଲେ । ଆନ୍ଧ୍ରପ୍ରଦେଶ ସରକାର ପ୍ରଦର୍ଶନକାରୀଙ୍କ ପାଇଁ ଶ୍ରୀକାକୁଲମ୍ ଏବଂ ଅନନ୍ତପୁରରୁ ୧୦ ଟି ଟ୍ରେନ୍ ବୁକ୍ କରିଥିଲେ । ଏହି ଟ୍ରେନ୍ ପାଇଁ ସରକାରଙ୍କ ତରଫରୁ ୧ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରେସ୍ ରିଲିଜରେ ଲେଖାହୋଇଛି କି ଆନ୍ଧ୍ରପ୍ରଦେଶ ସରକାର ୨୦ ଟି କମ୍ପାର୍ଟମେଣ୍ଟ୍ ର ୨ ଟି ସ୍ପେଶାଲ୍ ଟ୍ରେନ୍ କୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଗୋଟିଏ ଅନପୁରମ୍ ଏବଂ ଅନ୍ୟ ଏକ ଶ୍ରୀକାକୁଲମ୍ ରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତାୟତ କରିବ । ଏହି ଟ୍ରେନରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଦିନର ଦୀକ୍ଷା (ପ୍ରଦର୍ଶନ) ରେ ସାମିଲ ହେବାପାଇଁ ଇଚ୍ଛୁକ ରାଜନୈତିକ ପାର୍ଟି , ଏନଜିଓ ଆଦିର କାର୍ଯ୍ୟକର୍ତ୍ତା ଦିଲ୍ଲୀ ଯିବେ । ଟ୍ରେନ୍ ବୁକ୍ କରିବା ସହ ଆନ୍ଧ୍ରପ୍ରଦେଶ ସରକାର ତରଫରୁ ପ୍ରଦର୍ଶନ କରୁଥିବା ସାଧାରଣ ଲୋକ ଏବଂ ଭିଆଇପି ଅତିଥିମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ଆନ୍ଧ୍ର ସରକାରଙ୍କ ତରଫରୁ କରାଯାଇଥିଲା । କେବଳ ଏତିକି ନୁହେଁ ଦିଲ୍ଲୀର ଏକ ହୋଟେଲରେ ୧୧୦୦ ରୁମ୍ ମଧ୍ୟ ବୁକ୍ କରାଯାଇଥିଲା । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ଦେବାପାଇଁ ରାଜଧାନୀ ଦିଲ୍ଲୀରେ ୧୨ ଘଣ୍ଟାର ଉପବାସ କରିଥିଲେ । ବଜେଟ୍ ରିଲିଜ୍ ଅର୍ଡର ମୁତାବକ , ୮ କୋଟି ଟଙ୍କା ଅନ୍ୟ ରାଜ୍ୟରେ ହେବାକୁ ଥିବା ଫଙ୍ଗକ୍ସନ୍ ପାଇଁ ବାହାର କରାଯାଇଛି ଏବଂ ୨ କୋଟି ଟଙ୍କା ନାଇଡୁଙ୍କ ପ୍ରଦର୍ଶନ ପାଇଁ ବାହାର କରାଯାଇଥିଲା । ଯେଉଁ ୨ କୋଟି ଟଙ୍କା ବାହାର କରାଗଲା ସେଥିରୁ ସାମାନ୍ୟ ପ୍ରଶାସନ ବିଭାଗ ପାଇଁ ୧.୧୨ କୋଟି,୧୦ ଲକ୍ଷ ଏବଂ ୧.୩ ଲକ୍ଷର ୩ ଟି ବିଲ୍ ଜମା କରାଯାଇଛି । ବାକିର ୭୭ ଲକ୍ଷର ବିଲ୍ ଏବେ ବି ଜାରୀ ରହିଛି ।