ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଶୁଣୁନି କେନ୍ଦ୍ର ! ବଢୁଛି ବିଜେପି-ଟିଡିପି ଦୂରତ୍ୱ, ଏନଡିଏ ମେଂଟରୁ ଅଲଗା ହୋଇପାରେ ତେଲୁଗୁ ଦେଶମ ପାର୍ଟି

35

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ନେଇ ନରେନ୍ଦ୍ର ମୋଦି ସରକାର ଓ ସହଯୋଗୀ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି, ମୋଦି ସରକାରରୁ ହଟିପାରେ ଟିଡିପି । ଏହା ସହ ବିଜେପି ସହ ଥିବା ମେଂଟ ଭାଙ୍ଗିପାରେ । ମୋଦି ସରକାରରେ ଥିବା ଟିଡିପି ମନ୍ତ୍ରୀଙ୍କ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ରହିବାକୁ ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ତେଲୁଗୁ ଦେଶମ ପାର୍ଟିର ୨ ଜଣ ମନ୍ତ୍ରୀ ଅଛନ୍ତି ।

ଖବର ଅନୁସାରେ, ଗତକାଲି ବିଜୟୱାଡାରେ ତେଲୁଗୁଦେଶମର ସାଂସଦ ଓ ବିଧାୟକଙ୍କ ବୈଠକ ବସିଥିଲା । ଏଥିରେ ବିଜେପି ସହ ସମ୍ପର୍କ ଛିନ୍ନ କରିବାକୁ ଅଧିକାଂଶ ନେତା ଦାବି କରିଥିଲେ । ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ପରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଥା ଘୋଷଣା କରିପାରେ ଟିଡିପି । ବହୁଦିନ ହେଲା ତେଲୁଗୁଦେଶମ ପାର୍ଟି ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବି କରିଆସୁଛି । କିନ୍ତୁ କେନ୍ଦ୍ର ସରକାର ଏହା ସପକ୍ଷରେ ନାହାନ୍ତି । ଏହି ଦାବିରେ ତେଲୁଗୁ ଦେଶମ ପାର୍ଟି ସଂସଦ ଅଚଳ କରିଛି । ଆଉ ଏହାକୁ ସମର୍ଥନ କରିଛି
ଶିବସେନା ।