ଆନ୍ଧ୍ରପ୍ରଦେଶରେ ରାମନବମୀ ଶୋଭାଯାତ୍ରା ବେଳେ ବଡ ଦୁର୍ଘଟଣା ! ପେଣ୍ଡାଲ ଭାଙ୍ଗିବାରୁ ୪ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

59

କନକ ବ୍ୟୁରୋ: ଭାଙ୍ଗିଲା ପୂଜା ପେଣ୍ଡାଲ । ଆନ୍ଧ୍ରପ୍ରଦେଶରେ ରାମନବମୀ ଉତ୍ସବ ପାଳନ ଅବସରରେ ଘଟିଛି ଏହି ଅଘଟଣ । ଏଥିରେ ୪ଜଣ ପ୍ରାଣ ହରାଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ମୁଖମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଅନ୍ୟ ୭୦ଜଣ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ଆନ୍ଧ୍ର କଡପ୍ପା ଜିଲ୍ଲାର କୋଡନଡ୍ରମା ସ୍ୱାମୀ ମନ୍ଦିରରେ ରାମନବନୀ ଉତ୍ସବ ପାଳନ କରାଯାଉଥିବାବେଳେ ହଠାତ୍ ମୂଷଳଧାରାରେ ବର୍ଷା ଏବଂ କୁଆପଥର ପଡ଼ିବା ଯୋଗୁଁ ପେଣ୍ଡାଲ ଭାଙ୍ଗିଯାଇଥିଲା । ତେବେ ତଳେ ଉପସ୍ଥିତ ଥିବା ଲୋକଙ୍କ ଉପରେ ପେଣ୍ଡାଲଟି ଖସିପଡିବାରୁ ଏଥିରେ ଅନେକ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ୪ଜଣ ପ୍ରାଣ ହରାଇଥିବାବେଳେ ୭୦ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ପେଣ୍ଡାଲ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ଥିଲେ ।

ପ୍ରସିଦ୍ଧ କୋଦଣ୍ଡରାମ ମନ୍ଦିର ପରିସରରେ ରାମ ନବମୀ ଉତ୍ସବ ପାଳନର ଅଂଶ ସ୍ୱରୂପ ଶ୍ରୀରାମଙ୍କ ବିବାହ ଅନୁଷ୍ଠାନ ଉପଲକ୍ଷେ ହଜରା ହଜାର ଲୋକ ଏକତ୍ର ହୋଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ, ହଠାତ୍ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ଯୋଗୁଁ ଉତ୍ସବ ପାଳନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ୬ଟା ୪୫ ମିନିଟ୍ ବେଳକୁ ପ୍ରତିକୂଳ ପାଗ ଗଛବୃଚ୍ଛ ଏବଂ ବିଜୁଳି ଖୁଣ୍ଟ ଆଦି ଉପୁଡ଼ି ପଡ଼ିଥିଲା । ବିଜୁଳି ବିଭ୍ରାଟ ଯୋଗୁଁ ଘଟଣାସ୍ଥଳରେ ଖୁବ୍ କୋଳହଳମୟ ପରିସ୍ଥିତି ଉପୁଜି ଥିଲା ।

ଉତ୍ସବରେ ଯୋଗ ଦେଇଥିବା ଭକ୍ତବୃନ୍ଦଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ଛାଉଣୀ ସବୁ ଭାଙ୍ଗି ପଡ଼ିବାରୁ ଅନେକେ ଆହତ ହେବା ସହ ୪ ଜଣଙ୍କର ଜୀବନହାନୀ ଘଟିଥିଲା। ଆହତମାନଙ୍କୁ ଆରଟିସି ବସ୍ ଯୋଗେ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ମଧ୍ୟ ରାତ୍ରୀ ଯାଏଁ କର୍ତ୍ତୃପକ୍ଷମାନେ ମୃତାହତମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲୁ ରଖିଥିଲେ।