ଆନ୍ଧ୍ର ମାଛରେ ନାହିଁ ଫର୍ମାଲିନ୍ ! ପରୀକ୍ଷା ପରେ ସ୍ପଷ୍ଟ କଲେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ।

44

କନକ ବ୍ୟୁରୋ : ଆନ୍ଧ୍ର ମାଛରେ କ୍ଷତିକାରକ ଫର୍ମାଲିନ୍ ନାହିଁ । ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ଫର୍ମାଲିନ୍ ଅପମିଶ୍ରଣର ଖବର ପ୍ରଚାର ହେବା ପରେ ବିଭାଗ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା ।

ଖାଦ୍ୟ, ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ଅଧିକାରୀ ଓ ମତ୍ସ୍ୟ ଅଧିକାରୀମାନଙ୍କ ମିଳିତ ସହାୟତାରେ ରାଜ୍ୟର ମୁଖ୍ୟ ମାଛ ଗୋଦାମ ଓ ଜିଲ୍ଲାସ୍ତରୀୟ ମାଛ ବଜାରରୁ ମାଛ ନମୁନା ସଂଗ୍ରହ କରାଯାଇ ରାଜ୍ୟସ୍ତରୀୟ ପରୀକ୍ଷାଗାରକୁ ପଠାଯାଇଥିଲା । ତେବେ ଏହି ନମୁନା ଗୁଡିକରେ ଫର୍ମାଲିନ୍ ମିଶିଥିବାର ପ୍ରମାଣ ମିଳିନାହିଁ । ଆଜି ବିଧାନସଭାରେ ଏଭଳି ତଥ୍ୟ ଉପସ୍ଥାପନା କରିଛନ୍ତି  ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ।