ଆନ୍ଧ୍ର ମାଛକୁ ବ୍ୟାନ କଲେ ଆସାମ ସରକାର : ତାଜା ଓ ତଟକା ରଖିବା ପାଇଁ ମାଛରେ ଦିଆଯାଉଛି ମାରାତ୍ମକ ଫର୍ମାଲ ଡିହାଇଡ୍ କେମିକାଲ

46

କନକ ବ୍ୟୁରୋ : ଆନ୍ଧ୍ର ମାଛକୁ ବ୍ୟାନ କଲେ ଆସାମ ସରକାର । ଦଶ ଦିନ ପର୍ଯ୍ୟନ୍ତ ଆନ୍ଧ୍ରରୁ ମାଛ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି ଆସାମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱଚନା ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ୍ ହଜାରିକା । ସେ କହିଛନ୍ତି ଗତ ୨୯ ତାରିଖ ଦିନ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆସାମକୁ ଆସୁଥିବା ମାଛର ନମୂନ ସଂଗ୍ରହ କରାଯାଇଥିଲା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରିବା ପାଇଁ ପଠାଯାଇଥିଲା । ରିପୋର୍ଟରେ ମାଛକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ମାରାତ୍ମକ ଫର୍ମାଲିନ୍ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି । ତେଣୁ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଆମଦାନୀ ଓ ବିକ୍ରି ଉପରେ ରୋକ୍ ଲଗାଯାଇଛି ।

fish rate hike

ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ସରକାରୀ ଆଇନକୁ ଅବମାନନା କରି ଟଙ୍କାର ଜରିମାନା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହଜାରରିକା କହିଛନ୍ତି । ଯେଉଁମାନେ ସରକାରୀ ଆଇନକୁ ଅବମାନନା କରି ଫର୍ମାଲିନ୍ ଦିଆଯାଇଥିବା ମାଛ ବିକ୍ରି କରିବେ ସେମାନଙ୍କକୁ ୨ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୧୦ଲକ୍ଷ ଟଙ୍କାର ଜରିମାନା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଯେତେବେଳେ ଆସାମ ସରକାର ଆମଦାନୀ କରୁଥିବା ସଂସ୍ଥାମାନଙ୍କଠାରୁ ପ୍ରତିଶ୍ରୁତି ପାଇବେ ଯେ ଆସାମକୁ ଆସୁଥିବା ମାଛରେ ଫର୍ମାଲିନ୍ ମିଶାଯାଉନି ସେତେବେଳେ ଚିନ୍ତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ମାଛକୁ ଅଧିକ ଦିନ ତାଜା ଓ ତଟକା ରଖିବା ପାଇଁ କେମିତି ସେଥିରେ ଏହି ମାରାତ୍ମକ କେମିକାଲ ମିଶାଯାଉଛି । ସାଧାରଣତ ମୃତଦେହ ସଂରକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ଫର୍ମାଲ ଡିହାଇଡ୍ ଶରୀର ପାଇଁ ଖୁବ୍ କ୍ଷତିକାରକ । ଏହି କେମିକାଲର ମାତ୍ର କିଛି ମାତ୍ରା ଶରୀରକୁ ଗଲେ ସାଂଘାତିକ ପେଟ ରୋଗ ହୁଏ । ମାଛ ମାଧ୍ୟମରେ ଏହି ବିଷର ପରିମାଣ ଯଦି ଶରୀରକୁ ଟିକିଏ ଅଧିକ ଯାଏ, ତେବେ କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି । ଆଉ ଏବେ ଜଣାପଡିଛି ଆନ୍ଧ୍ରରୁ ଆମଦାନୀ ହେଉଥିବା ଟନ୍ ଟନ୍ ମାଛରେ ଏହି ମାରାତ୍ମକ କେମିକାଲର ମାତ୍ରା ଅଧିକ ଥିବାରୁ ଆସାମ ସରକାର ଆନ୍ଧ୍ର ମାଛ ଆମଦାନୀ ଉପରେ ୧୦ ଦିନିଆ କଟକଣା ଜାରି କରିଛନ୍ତି ।