ରମାଦେବୀରେ ଭୋଟ୍ ବଦଳରେ ନୋଟ୍ ଦେବା ଘଟଣା : ଲିଖିତ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

13

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟରେ ଭୋଟ ବଦଳରେ ନୋଟ ଦେବା ଘଟଣାରେ ଲିଖିତ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ଏହା ପଛରେ ବିଜେଡିର ହାତ ନଥିବା କହିଛନ୍ତି ମନ୍ତ୍ରୀ । ଯେକୌଣସି ଦଳରୁ ବି ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଗତକାଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସମୟରେ ଭୋଟ ଦେବାକୁ ଟଙ୍କା ବଂଟାଯାଇଥିବାର ଅଭିଯୋଗ ଆସିଥିଲା । ଗଣମାଧ୍ୟମରେ ଏନେଇ କିଛି ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବିଭିପି ଓ ଛାତ୍ର ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ ।