କେନ୍ଦ୍ର ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ସମସ୍ତ ରାଜନୈତିକ ଦଳର ନଜର ! ବହୁମତ ପାଇବା ଆଶାରେ ବିଜେପି!

78

କନକ ବ୍ୟୁରୋ : ଗୁରୁବାର ସସଂଦରେ ବିରୋଧୀମାନେ ଏନଡିଏ ସରକାର ବିରୋଧରେ ଆଣୁଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନା ବିରୋଧ କରିବ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କୈାଣସି ସୂଚନା ଗଣମାଧ୍ୟମକୁ ଦେଇ ନାହାନ୍ତି । ଶକ୍ରବାରଗୃହରେ ଆଲୋଚନା ବେଳେ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ତେବେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ବିଜେଡିକୁ ୧୫ମିନିଟ୍ର ସମୟ ବାଚସ୍ପତି ସୁମିତ୍ରା ମହାଜନ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଏନ୍ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ତେଲଗୁ ଦେଶମ ପାର୍ଟିଗୁରୁବାର ନେତା ଥୋଟା ନରସିଂହମ୍ ବିଜେଡି କାର୍ୟ୍ୟାଳୟକୁ ଆସିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଏକ ପତ୍ର ଦେଇଥିଲେ। ସେହିଭଳି କଂଗ୍ରେସ ମଧ୍ୟ ବିଜେଡିର ସହଯୋଗ ଲୋଡିଥିବା ଖବର ମିଳିଛି।

 

ଗୁରୁବାର ସକାଳେ ସଂସଦ ଭବନରେ ଥିବା ବିଜେଡି କାର୍ୟ୍ୟାଳୟରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଏଥିରେ ଦଳର ସମସ୍ତ ସାଂସଦ ଯୋଗଦେଇଥିଲେ। ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥକୁ କିଭଳି ଗୁରୁତ୍ୱ ଦିଆଯିବ, ସେ ନେଇ ଆଲୋଚନା ହୋଇଥିଲା। ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ନୀତି ସଂପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା। ଶୁକ୍ରବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ତେଲଗୁ ଦେଶମ ଦଳର ଆଭିମୁଖ୍ୟକୁ ଅନୁଧ୍ୟାନ ପରେ ବିଜେଡି ଅନାସ୍ଥା ପ୍ରସ୍ତାବ ସଂପର୍କରେ ଗୃହରେ ହିଁ ନିଷ୍ପତ୍ତି ନେବ ବୋଲି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ କହିଥିଲେ। ଏଥିସହିତ ଦଳର ସମସ୍ତ ସାଂସଦଙ୍କୁ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଗୃହରେ ଉପସ୍ଥିତ ରହିବା ପାଇଁ ଦଳପକ୍ଷରୁ ତିନି ଧାଡିଆ ହ୍ଵିପ୍ ଜାରି କରାଯାଇଛି। ତେବେ ଯାହା ସୂଚନା ମିଳିଛି ବିଜେଡି ମତଦାନରୁ ବିରତ ରହିପାରେ।

 

କରାଇଛନ୍ତି ସାସଂଦ ମାନେ ମିଳିଥିବା ସୂଚନା ଅନୁସାରେ ସଂସଦୀୟ ଦଳ ବୈଠକରେ ହୋଇଥିବା ଆଲୋଚନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାସଂଦ ମାନେ ଅବଗତ କରାଇଛନ୍ତି । ପକ୍ଷରୁ କୁହାଯାଇଛି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ୍ ପ୍ରସଙ୍ଗରେ ତେଲଗୁ ଦେଶମ ଦଳର ଆଭିମୁଖ୍ୟକୁ ବିଜେଡି ପକ୍ଷରୁ ଅତି ନିକଟରୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ। ଓଡ଼ିଶା ପୋଲାଭରମ୍କୁ ବିରୋଧ କରୁଥିବାରୁ ଟିଡିପି ଏହି ପ୍ରସଙ୍ଗକୁ କିଭଳି ଢଙ୍ଗରେ ଉତ୍ଥାପନ କରିବ, ତା ଉପରେ ବିଜେଡି ବିଶେଷ ଦୃଷ୍ଟି ଦେବ।

 

ଉଲ୍ଲେଖଯୋଗ୍ୟ ଗଣମାଧ୍ୟମକୁ ସୂଚନ ି ଦେଇ ବିଜେପି ନେତା ଶ୍ରୀ ଥୋଟା ନରସିଂହମ୍ କହିଛନ୍ତ, ବିଜେଡି ନେତା ଶ୍ରୀ ମହତାବଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି ଓ ଅନାସ୍ଥାକୁ ସମର୍ଥନ ପାଇଁ ସେ ଆଲୋଚନା କରିଛନ୍ତି। ସେ ଆଶାବାଦୀ ଅଛନ୍ତି ଯେ ବିଜେଡି ସମର୍ଥନ କରିବ ବୋଲି କହିଛନ୍ତି ଏପଟେ କଂଗ୍ରେସ ସାଂସଦ କେ ସି ଭେନୁଗୋପାଳ ବିଜେଡି ସମେତ ସମଭାବାପନ୍ନ ଦଳର ନେତାଙ୍କ ସମର୍ଥନ ଲୋଡାଯାଇଛି ବୋଲି କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। ଏସବୁ ଦଳର ସମର୍ଥନ ମିଳିବ ବୋଲି ଶ୍ରୀ ଭେନୁଗୋପାଳ ଆଶା ପ୍ରକଟ କରିଥିଲେ। ତେବେ କେନ୍ଦ୍ରରେ ଶାସନ କରୁଛିବା ମୋଦି ସରକାରଙ୍କ ବିରୋଧରେ ବିରୋଧୀମାନେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ତାହାର ପ୍ରକୃତ ତଥ୍ୟ ଶୁକ୍ରବାର ଦିନ ହିଁ ସ୍ପଷ୍ଟ ହୋଈପାରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।