ଜମ୍ମୁକଶ୍ମୀରରେ ଆଇଏସ ନେତା ନିପାତ ! ଟାର୍ଗେଟରେ ୩୦୦ ଆତଙ୍କବାଦୀ, ସେପଟେ ତ୍ରାଲରେ ସୁରକ୍ଷାବଳ ଉପରକୁ ଗ୍ରେନେଡ୍ ମାଡ, ୧୦ଯବାନ ଗୁରୁତର

33

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାରେ ୪ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିରେ ନିହତ ହୋଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସମୀର ଟାଇଗର । ନିହତ ସବୁ ଆତଙ୍କବାଦୀଙ୍କର ଆଇଏସଜେକେ ସଂଗଠନ ସହ ସଂପର୍କ ଥିବା ଟ୍ୱିଟ୍ କରିଛନ୍ତି ଜମ୍ମୁକଶ୍ମୀର ଡଜିପି ଏସିପ ବୈଦ । କିଛି ଆତଙ୍କାବାଦୀ ଶ୍ରୀଗୁଫୱାରାରେ ଲୁଚି ଥିବା ଖବର ପାଇ ଅପରେସନ ଆରମ୍ଭ କରିଥିଲା ସେନା । ଅନ୍ୟପଟେ ଏନକାଉଁଟରକୁ ବିରୋଧ କରିବାରୁ ସ୍ଥାନୀୟ ଲୋକ ଓ ସେନା ମଧ୍ୟରେ ସଂଘର୍ଷ ହୋଇଛି । ଆତଙ୍କବାଦୀଙ୍କୁ ନିପାତ କରିବାକୁ ସୁରକ୍ଷାକର୍ମୀ ଅପରେସନ ଜାରି ରଖିଛନ୍ତି ।

ସେପଟେ, ଜମ୍ମୁକଶ୍ମୀରରେ ପିଡିପି-ବିଜେପି ମେଂଟ ସରକାରର ପତନ ହେବା ପରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ କମ ହୋଇନାହିଁ । ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୪ଜଣ ଯବାନଙ୍କ ସମେତ ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଆକ୍ରମଣ ପାଇଁଁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନ ନିଜକୁ ଦାୟୀ କରିଛି । ଆକ୍ରମଣ ପରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିି । ତ୍ରାଲ ଅଂଚଳରେ ପୁଲିସ୍ ଚୋ÷କ ନିକଟରେ ସୁରକ୍ଷାବଳ ଉପରକୁ ଗ୍ରେନେଡ୍ ଫିଙ୍ଗିଛନ୍ତି । ଆକ୍ରମଣ ପାଇଁ ଘଟଣାସ୍ଥଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀମାନେ ଲୁଚିଥିବାର ଖବର ପାଇଁ ଏକ ବିଲଡିଂ ଉପରେ କମ୍ବିଂ ଅପରେସନ କରିଛି ସେନା ।