ପୁଣି ଜାମ୍ମୁ-କଶ୍ମୀରର ଅନନ୍ତନାଗ ଲୋକସଭା ଉପନିର୍ବାଚନ ବାତିଲ୍ ! ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନିର୍ବାଚନ କମିଶନଙ୍କ ନିଷ୍ପତି

37

କନକ ବ୍ୟୁରୋ: ଜାମ୍ମୁ-କଶ୍ମୀରର ଅନନ୍ତନାଗ ଲୋକସଭା ଉପନିର୍ବାଚନ ଟଳିଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଲନଥିବା ଦର୍ଶାଇ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି । କମିଶନ କହିଛନ୍ତି, ପରିସ୍ଥିତି ଦୃଷ୍ଟିରୁ ଅନନ୍ତନାଗରେ ଅବାଧ ଓ ନିରପେକ୍ଷ ଭୋଟ କରିବା ସମ୍ଭବ ନୁହେଁ । ଦ୍ୱିତୀୟଥର ଲାଗି ଅନନ୍ତନାଗରେ ନିର୍ବାଚନ ଟଳିଛି ।

ପୂର୍ବରୁ ଏପ୍ରିଲ ୧୨ ତାରିଖରେ ଭୋଟ ହେବାର ଥିଲେ ବି ଏହାକୁ ମେ ୨୫କୁ ଘୁଂଚାଯାଇଥିଲା । ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ କମିଶନ ଉପନିର୍ବାଚନକୁ ଟାଳିଦିଆଯାଇଛି । ଏ ନେଇ ଗତକାଲି ରାତିରେ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଅନନ୍ତନାଗରେ ପରବର୍ତୀ ଉପନିର୍ବାଚନ ତାରିଖ ପରେ ଘୋଷଣା ହେବ ।