କନକ ନ୍ୟୁଜ୍ ଓଡିଶା ଏଜୁକେଶନ କନକ୍ଲେଭରେ ସୁପର ଥାର୍ଟି ପ୍ରତିଷ୍ଠାତା ଆନନ୍ଦ କୁମାର : ୨୦୧୮ ଉତ୍କର୍ଷ କାର୍ଯ୍ୟକ୍ରମରେ ଦେଲେ ସଫଳତାର ମନ୍ତ୍ର, କହିଲେ ପରିଶ୍ରମର ନାହିଁ ବିକଳ୍ପ

107

କନକ ବ୍ୟୁରୋ : କନକ ନ୍ୟୁଜ୍ ରେ ଅଭିନବ ପ୍ରୟାସ । ଆଜି ଆୟୋଜିତ ହେବ ଓଡିଶା ଏଜୁକେଶନ କନକ୍ଲେଭ୍ ୨୦୧୮ ଉତ୍କର୍ଷ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ପ୍ରତିଯୋଗିତାମୂଳକ ବ୍ୟବସ୍ଥା କିଭଳି ଆମର ସୃଜନଶୀଳତାକୁ ନଷ୍ଟ କରିଦେଉଛି ସେ ନେଇ ଆଲୋଚନା ହେବ । ଏକ ସୁନ୍ଦର ମନ , ସୁପର ଥାର୍ଟି ଷ୍ଟୋରୀ ଉପରେ ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାର ରଖିବେ ମତ । ସେହିପରି ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ନୂଆ ପିଢ଼ିର ପାଠ ନେଇ ହେବ ଆଲୋଚନା । ତେବେ ସଫଳତାରେ କିଏ ପହଂଚାଏ ମେଧା ନା ଅଧ୍ୟବସାୟ ସେ ନେଇ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବି ରଖିବେ ମତ ।

ସେପଟେ ପ୍ରସିଦ୍ଧ ଗଣିତଜ୍ଞ ତଥା ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ଭୁବନେଶ୍ୱରରେ ଆସି ପଂହଚିଛନ୍ତି । ଆନନ୍ଦ କୁମାର କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଓଡିଶା ଏଜୁକେଶନ କନକ୍ଲେଭ-୨୦୧୮ରେ ଯୋଗଦେବେ । ଭୁବନେଶ୍ୱରରେ ପଂହଚିବା ପରେ ଆନନ୍ଦ କୁମାର କହିଛନ୍ତି, ଓଡିଶାରେ ପ୍ରତିଭାର ଅଭାବ ନାହିଁ. କିନ୍ତୁ ଉଚିତ ମାର୍ଗଦର୍ଶନ ଦିଆଯାଉନାହିଁ ।

ଭୁବନେଶ୍ୱର ଓଡିଶା ଏଜୁକେସନ କନକ୍ଲେଭ୍-୨୦୧୮କୁ ସମ୍ବୋଧିତ କରିଛନ୍ତି ସୁପର-୩୦ ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ସମ୍ବୋଧନ । ସେଲ୍ଫଷ୍ଟଡିର ଗୁରୁତ୍ୱ ବିଷୟରେ କହିଲେ ଆନନ୍ଦ କୁମାର । ସୁପର-୩୦ର ଛାତ୍ରଙ୍କ ସଫଳତାର ପ୍ରେରଣାଦାୟକ କାହାଣୀ କହିଲେ ପରିଶ୍ରମ କଲେ ସଫଳତା ଆପଣା ଚାଏଁ ମିଳିଯାଏ । ସଫଳତାର ପାଇବାର ଏକମାତ୍ର ମୂଳମନ୍ତ୍ର କହିଲେ ଆନନ୍ଦକୁମାର ।