ପ୍ରତିଦିନ ଗୋଟିଏ ଅଣ୍ଡା ଶରୀର ପାଇଁ ହୁଏ ଲାଭକାରୀ, ଦୂର କରେ ସ୍ୱାସ୍ଥ୍ୟ ସମସ୍ୟା

415

ଅଣ୍ଡାକୁ ସୁପରଫୁଡ୍ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍, କ୍ୟାଲ୍ସିୟମ୍, ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଏ ଏବଂ ବି ର ମାତ୍ରା ଭରପୂର ପରିମାଣରେ ରହିଥାଏ । ପ୍ରତିଦିନ ଏହାକୁ ଖଇବା ଦ୍ୱାରା ଶରୀରର ଅଧା ରୋଗ ଭଲ ହୋଇଯାଇଥାଏ । ଏହା ସହ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଧୁମେହ ରୋଗୀଙ୍କୁ ଅଣ୍ଡା ସିଝା ଖାଇବା ଦରକାର ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ମଧୁମେହ ରୋଗୀଙ୍କ ଅଣ୍ଡା ଖାଇବାକୁ ନେଇ ବିଭିନ୍ନ ଗବେଷକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ବୈଜ୍ଞାନିକମାନେ ଏହାକୁ ଭଲ କହିବା ସହ କିଛି ବୈଜ୍ଞାନିକ ମଧୁମେହ ରୋଗୀଙ୍କ ପାଇଁ ଅଣ୍ଡା ଭଲ ନୁହେଁ ବୋଲି ମତ ରଖିଛନ୍ତି । ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଅନ୍ୟ କିଛି ଫାଇଦା ବିଷୟରେ…

  • ପ୍ରତିଦିନ ବ୍ରେକଫାଷ୍ଟରେ ଅଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
  • ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନେ ଅଣ୍ଡାର ସେବନ କରିପାରିବେ । ଅଣ୍ଡା ଖାଇବା ଦ୍ୱାରା ସାରାଦିନ ପେଟ ଭରି ରହିବା ସହ ଭୋକ କମ୍ ଲାଗିଥାଏ ।
  • ଅଣ୍ଡାରେ କଲିନ୍ ଏବଂ କେରୋଟିନଏଡସ ନାମକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆଖି ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।
  • ଅଣ୍ଡାର ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ । ଯାହାଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦଘାତ ହେବାର ଆଶଙ୍କା କମ ହୋଇଥାଏ ।