ଜାପାନରେ ୬.୧ ତୀବ୍ରତାର ଭୟଙ୍କର ଭୂମିକମ୍ପ ! ଥରିଲା ପୂରା ସହର, ୧,୭୦,୦୦୦ ଘରୁ ଚାଲିଗଲା ବିଜୁଳି

61

ଆଜି ସକାଳୁ ପଶ୍ଚିମ ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମକମ୍ପର ତୀବ୍ରତା ୬.୧ ରହିଛି । ଏହି ଭୁମିକମ୍ପରେ ପୂରା ସହର ଥରି ଉଠିଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଛି ଓ ଅଧିକାଂଶ ଲୋକ ଆହତ ହୋଇଛନ୍ତି । ଏପରିକି କିଛି ଲୋକଙ୍କର ମୃତ୍ୟୁ ହୋଇଥିବାର ମଧ୍ୟ ଖବର ମିଳିଛି ।

ଖବର ଅନୁଯାୟୀ, ଏହି ଭୟଙ୍କର ଭୂମିକମ୍ପରେ ଏବେ ପର୍ଯ୍ୟନ୍ତ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସମୟ ସକାଳ ୭.୫୮ ମିନିଟରେ ଓସାକା ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏତେ ତୀବ୍ରତାର ଭୂମିକମ୍ପ ହୋଇଥିଲେ ମଧ୍ୟ ଏଯାଏଁ ସୁନାମୀ ନେଇ କୌଣସି ସର୍ତକ ସୂଚନା ଜାରି କରାଯାଇନାହିଁ । ଏହାର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର୍ ଗଭୀରରେ ବୋଲି ସୂଚାଇ ଜାପାନୀ ପାଣିପାଗ ଏଜେନ୍ସି କହିଛି ଯେ କମ୍ପନ ଯୋଗୁଁ ସୁନାମିର ଭୟ ନାହିଁ ବୋଲି। କୁହାଯାଉଛି ପୂର୍ବ କେତୋଟି ଭୂମିକମ୍ପ ଅପେକ୍ଷା ଏହା ଅଧିକ କ୍ଷତି ପହଞ୍ଚାଇଛି ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଲୋକମାନଙ୍କର ଜୀବନ ରକ୍ଷା କରିବାକୁ ଗୁରୁତ୍ୱ ଦେଇ ସରକାର ହୋଇ କାମ କରୁଛି। ଆବେ ଆହୁରି କହିଛନ୍ତି ଯେ କ୍ଷୟକ୍ଷତିର ସୂଚନା ସଂଗ୍ରହ କରି ଉଦ୍ଧାର ଓ ଜୀବନ ରକ୍ଷା କରିବାକୁ ପାରୁ ପର୍ୟ୍ୟନ୍ତ ଉଦ୍ୟମ କରିବାକୁ ସେ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ସହ ସର୍ବସାଧାରଣଙ୍କୁ ଠିକଣା ସମୟରେ ଉପଯୁକ୍ତ ସୂଚନା ଦେବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ବିଶେଷ କିଛି ସୂଚନା ମିଳିନାହିଁ ବୋଲି ସ୍ଥାନୀୟ ପୁଲିସ କହିଛି।ଓସାକା,ଶିଗା , କ୍ୱିତୋ ଓ ନାରାରେ ଭୂମିକମ୍ପ ଯୋଗୁଁ ହାଇସ୍ପିଡ଼ ବୁଲେଟ ଟ୍ରେନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ପରମାଣୁ ରିଆକ୍ଟର ପ୍ରଭାବିତ ହୋଇନାହିଁ । ଭୂମିକମ୍ପ ପରେ ଓସାକା ସହରରେ ୧,୭.୦୦୦ ଘରୁ ବିଦ୍ୟୁତ ସଂଯୋଗ ଠପ ହୋଇ ଯାଇଛି ।