ଦେଶର ସବୁଠାରୁ ବଡ ମିଲ୍କ ଡାଏରୀ ବ୍ରାଣ୍ଡ ‘ଅମୂଲ’ ବିକ୍ରି କରିବ ଓଟ କ୍ଷୀର : ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ଓ ଏହାର ମୂଲ୍ୟ କେତେ ରହିବ ?

146

ଦେଶର ସବୁଠାରୁ ବଡ ମିଲ୍କ ଡାଏରୀ ବ୍ରାଣ୍ଡ ଅମୂଲ ଡିସେମ୍ବର ମାସରୁ ଓଟ ର କ୍ଷୀର ପାଉଚ୍ ଓ ବୋତଲରେ ବିକ୍ରି କରିବା ଆରମ୍ଭ କରିଦେବ । ଅମୂଲ କଚ୍ଛ ପାଖରେ ଏହାର ଏକ ପ୍ରୋସେସିଙ୍ଗ ୟୁନିଟ୍ ନିର୍ମାଣ କରୁଛି । ଏହା ପ୍ରଥମ ଥର ହେବ ଯେ, କୈାଣସି ପ୍ରମୁଖ ବ୍ରାଣ୍ଡର ଓଟ ର କ୍ଷୀର ବଜାରକୁ ଆସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଟ କ୍ଷୀରର ପ୍ରଶଂସକ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଓଟ କ୍ଷୀର, ଗାଈ କ୍ଷୀର ଅପେକ୍ଷା ଅଧିକ ଲାଭକାରୀ । ଡାଇବେଟିସ୍ ସମେତ ଆହୁରି ଅନେକ ରୋଗରେ ଏହାର ସେବନ କୈାଣସି ଚମତ୍କାର ଭଳି କାମ କରେ ।

୫୦୦ ମିଲିଲିଟରର କ୍ଷୀର ବୋତଲ ବିକ୍ରି କରି ଅମୂଲ ଏହାର ଶୁଭାରମ୍ଭ କରିବ । ପରେ ଏହାର ପାଉଚ୍ ବି ବଜାରକୁ ଆସିବ । ଏବେ ଅମୂଲ ପ୍ରତି ମାସରେ ଓଟ କ୍ଷୀରରୁ ୭୦୦ ଟନ୍ ଚକଲେଟ୍ ତିଆରି କରେ । ଏଥିପାଇଁ ପ୍ରତି ସପ୍ତାହ କଚ୍ଛରୁ ୧୦ ହଜାର ଲିଟର ପର୍ଯ୍ୟନ୍ତ ଓଟର କ୍ଷୀର କିଣେ । ନିକଟରେ ହିଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିକାରୀ(ଏଫଏସଏସଏଆଇ) ବି ଏହି କ୍ଷୀରକୁ ଆନିମଲ୍ ପ୍ରଡକ୍ଟର ସୂଚୀରେ ସାମିଲ କରିଦେଇଛି, ଯାହାକୁ ଲୋକଙ୍କ ପିଇବା ପାଇଁ ବଜାରରେ ବିକ୍ରି କରାଯାଇପାରିବ । ପ୍ରାରମ୍ଭରେ ଅମୂଲ, ଓଟର କ୍ଷୀରକୁ ୫୦-୫୫ ଟଙ୍କା ଲିଟର ପିଛା ବିକ୍ରି କରିପାରେ ।

ଓଟ କ୍ଷୀରର ଫାଇଦା :

• ହାଡକୁ ମଜବୁତ୍ ରଖେ । ଏଥିରେ କ୍ୟାଲସିୟମର ମାତ୍ରା ବି ଅଧିକ ଥାଏ, ଯାହା ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ ।

• ରକ୍ତ ସଫା ରଖେ । ରକ୍ତରୁ ସମସ୍ତ ବିଷାକ୍ତ ପଦାର୍ଥ ଦୂର କରି ଲିଭର ସଫା କରେ ।

• ଏହାର ନିୟମିତ ସେବନ ଦ୍ୱାରା ବ୍ଲଡ ସୁଗର, ଇଂଫେକ୍ସନ୍, ଅନ୍ତନଳୀରେ ଜ୍ୱଳନ, ଗ୍ୟାଷ୍ଟ୍ରିକ୍ କ୍ୟାନସର, ହେପାଟାଇଟିସ୍ ସି, ଏଡସ୍, ଅଲସର୍, ହୃଦୟ ରୋଗ, କିଡନୀ ସଂପର୍କିତ ରୋଗରୁ ଶରୀରକୁ ବଂଚାଏ ।