ଅମୃତସର ଟ୍ରେନ ଦୁର୍ଘଟଣା : ରେଳବାଇ ଜାରି କଲା ହେଲ୍ପଲାଇନ୍ ନମ୍ବର, ଏହି ନମ୍ବରରେ ଫୋନ କରି ନେଇପାରିବେ ସାହାଯ୍ୟ

35

କନକ ବ୍ୟୁରୋ : ପଂଜାବ ଅମୃତସର ଟ୍ରେନ ଦୁର୍ଘଟଣାରେ ଏଯାଏଁ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୪୦ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଂଟିଆ ନଜର ରଖିଛନ୍ତି ।

ରେଳବାଇ ଅମୃତସର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ୦୧୮୩୨୨୨୩୧୭୧ ଓ ୦୧୮୩୨୨୫୬୪୪୮୫ ନମ୍ବରକୁ ଫୋନ୍ କରି ଦୁର୍ଘଟଣା ବିଷୟରେ ସୂଚନା ପାଇପାରିବେ । ମନାବଲା ଷ୍ଟେସନର ଫୋନ୍ ନମ୍ବର ୦୧୮୩-୨୪୪୦୦୨୪, ୦୧୮୩-୨୪୦୨୯୨୭ ଓ ଫିରୋଜପୁର ହେଲ୍ପଲାଇନ୍ ନମ୍ବର ୦୧୬୩୨-୧୦୭୨ ।

ସୂଚନାଯୋଗ୍ୟ ଚୌଡ଼ା ବଜାର ନିକଟରେ ରେଳୱେ ଟ୍ରାକ୍ ପାଖରେ ରାବଣ ପୋଡି ଉତ୍ସବ ପାଳନ କରାଯାଉଥିଲା । ବାଣ ଫୁଟା ବେଳେ ଲୋକମାନେ ରେଳୱେ ଟ୍ରାକ ଭିତରକୁ ଚାଲି ଆସିଥିଲେ । ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଜଳନ୍ଧର-ଅମୃତସର ଏକ୍ସପ୍ରେସ ଚଢି ଯାଇଥିଲା । ଏହା ଏପରି ଏକ ଆକସ୍କିକ ଦୁର୍ଘଟଣା ଥିଲା ଯେ ଲୋକ ବାହାରକୁ ବାହାରିବାକୁ ସମୟ ପାଇନଥିଲେ । ଛୋଟ ପିଲା, ମହିଳାଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ରାବଣ ପୋଡି ଦେଖିବାକୁ ଆସିଥିଲେ । ଲୋକ କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ ।