ଆମୋନିଆ ଗ୍ୟାସ ଲିକ୍ ହୋଇ ୬୦ରୁ ଅଧିକ ଅସୁସ୍ଥ । ସୋର ପଣପଣା ଚିଙ୍ଗୁଡି ପ୍ଲାଣ୍ଟରେ ଅଘଟଣ

230

କନକ ବ୍ୟୁରୋ: ଗ୍ୟାସ ଲିକ ହୋଇ ୬୦ରୁ ଅଧିକ ଅସୁସ୍ଥ । ଚିଙ୍ଗୁଡି ପ୍ଲାଣ୍ଟରୁ ଗ୍ୟାସ ଲିକ ହୋଇ ଶ୍ରମିକ ଅସୁସ୍ଥ । ସୋର ଖନ୍ତାପଡା ନିକଟସ୍ଥ ଚିଙ୍ଗୁଡି ପ୍ଲାଣ୍ଟରୁ ଗ୍ୟାସ୍ ଲିକ ହୋଇଥିବା ସୂଚନା ।

ତେବେ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ ହେବା ପରେ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥମାନଙ୍କୁ ସ୍ଥାନୀୟ ଖନ୍ତାପଡା ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ୩୦ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିବା ବେଳେ ଏବେ ୬୦ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା ମିଳୁଛି ।