ସୋର ଗ୍ୟାସ୍ ଲିକ ଘଟଣା: ସୁସ୍ଥ ହେଉଛନ୍ତି ଶ୍ରମିକ । କିଛି ଶ୍ରମିକଙ୍କୁ ମେଡିକାଲରୁ ଘରକୁ ପଠାଇ ଦିଆଯାଇଥିବା ସୂଚନା

181

କନକ ବ୍ୟୁରୋ: ସୋର ଗ୍ୟାସ ଲିକ ଘଟଣାରେ ସୁସ୍ଥ ହେଉଛନ୍ତି ଶ୍ରମିକ । ଖନ୍ତାପଡା ସ୍ଥିତ ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହୋଇ ଅସୁସ୍ଥ ହୋଇ ପଡିଥିବା ଶ୍ରମିକ ବର୍ତ୍ତମାନ ସୁସ୍ଥ ଅଛନ୍ତି । ହସପିଟାଲରେ ଚିକିତ୍ସା ପରେ ଅଧିକାଂଶ ଶ୍ରମିକଙ୍କୁ ଘରକୁ ପଠାଇ ଦିଆଯାଇଛି ।

ତେବେ ଗତକାଲି ରାତିରେ ପଣପଣାରେ ଥିବା ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ ଲିକ୍ ହୋଇଯାଇଥିଲା । ଏଥିରେ ଶତାଧିକ ଶ୍ରମିକ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଖନ୍ତାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ କିଛି ଗୁରୁତର ଅସୁସ୍ଥ ଶ୍ରମିକଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।