ଅମ୍ମାରୁ ଆନନ୍ଦି ମମତାରୁ ମେହବୁବା. . .

87

ନାରୀ ଏବେ ଆଉ ଅବଳା ଓ ଦୁର୍ବଳା ହୋଇ ରହିନାହିଁ । ସମୟ ବଦଳିବା ସହିତ ସେମାନଙ୍କ ସାମାଜିକ ସ୍ଥିତି ମଧ୍ୟ ବଦଳିଛି । ବିଭିନ୍ନ କ୍ଷେତ୍ରରେ ନାରୀମାନେ ଏବେ ଉଚ୍ଚ ପ୍ରତିଷ୍ଠିତ । ଘରର ଏରୁଣ୍ଡି ଡେଇଁ ମହାକାଶରେ ପହଂଚି ସାରିଲେଣି ମହିଳା । ଏ ଦୃଶ୍ୟ କେବଳ ବିଦେଶର ନୁହେଁ । ଭାରତରେ ମଧ୍ୟ ନାରୀ ସଶକ୍ତିକରଣକୁ ହୋଇଛି ସଫଳ । ନାରୀକୁ ଆଦିଶକ୍ତି କୁହାଯାଏ । ସୃଷ୍ଟିର ମୂଳ ଆଧାର । ନାରୀ ଜାଗରଣର ଏକ ପ୍ରବାହ ଆରମ୍ଭ ହୋଇଛି ଦେଶରେ । ବର୍ଷ ବର୍ଷ ଧରି ସମାଜରେ ଉପେକ୍ଷିତ, ଅବହେଳିତ ହୋଇ ରହିଥିବା ଭାରତୀୟ ନାରୀ ଏବେ ପ୍ରମାଣ ଦେଇଛନ୍ତି ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି । ନିକଟରେ ପ୍ରକାଶ ପାଇଛି ପଶ୍ଚିମବଙ୍ଗ ଓ ତାମିଲନାଡୁ ନିର୍ବାଚନୀ ଫଳାଫଳ । ଏଥିରେ ମଧ୍ୟ ବାଜିମାତ କରିଛନ୍ତି ମହିଳା । ଜୟଲଳିତା ଓ ମମତାଙ୍କ ବିଜୟ ଏହାର ପ୍ରମାଣ । ରାଜନୀତିରେ ବି ପଛରେ ନାହିଁ ଭାରତୀୟ ନାରୀ । ଏହାକୁ ନେଇ ସ୍ପେଶାଲ ରିପୋର୍ଟ ଅମ୍ମାରୁ ଆନନ୍ଦି ମମତାରୁ ମେହବୁବା ।

amamtaପଶ୍ଚିମରେ ମମତା ପୂର୍ବରେ ଆନନ୍ଦି । ଦକ୍ଷିଣରେ ଅମ୍ମା ଉତରରେ ମେହବୁବା । କାଶ୍ମୀରରୁ କନ୍ୟାକୁମାରୀ । ପଶ୍ଚିମବଙ୍ଗରୁ ଗୁଜରାଟ୍ । ଦେଶରେ ଏବେ ମହିଳା ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍ କରିସ୍ମା । ନିର୍ବାଚନ ପରିଚାଳନା ହେଉ କିମ୍ବା ରାଜନୈତିକ ଗୋଟି ଚାଳନା ଭଲଭାବେJayalalitha2 ମାଲୁମ୍ ଏହି ମହିଳା ମୁଖ୍ୟମନ୍ତ୍ରୀ ମାନଙ୍କୁ । ଅମ୍ମାରୁ ଆନନ୍ଦି ମମତାରୁ ମେହବୁବା । ଦେଶର ଚାରି ଭାଗର ଚାରି ସଫଳ ମହିଳା ମୁଖ୍ୟମନ୍ତ୍ରୀ । ବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ତାମିଲନାଡୁ ଭୋଟରଙ୍କୁ କ୍ରେଜି କରିଛି ଅମ୍ମା ମ୍ୟାଜିକ୍ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ରାଜ୍ୟର ୨୯୪ଟି ବିଧାନସଭା ଆସନରୁ ୨୧୧ଟି ଆସନ ଜିତି ଦ୍ୱିତୀୟ ଥର ପାଇଁ ଶାସନଗାଦିକୁ ଆସିଛି । ପଶ୍ଚିମବଙ୍ଗରେ ସେକେଣ୍ଡ ଇନିଂସ ଖେଳିବେ ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେହିପରି ତାମିଲନାଡୁରେ ଜୟଲଳିତାଙ୍କ ଏଆଇଏଡିଏମକେ ଦଳ ରାଜ୍ୟର ୨୩୨ ବିଧାନସଭା ଆସନରୁ ୧୩୫ ଆସନରେ ବିଜୟୀ ହୋଇ କ୍ଷମତା ବଜାୟ ରଖିଛି । ସୂଚନାଯୋଗ୍ୟ ୧୯୮୪ ମସିହା ପରଠାରୁ ତାମିଲନାଡୁରେ କୌଣସି ଦଳ କ୍ରମାଗତ ଦୁଇଟି ଅବଧି ପାଇଁ କ୍ଷମତାସୀନ ହୋଇପାରିନଥିଲେ । ଏସବୁର ଶ୍ରେୟର ହକଦାର ହେଉଛନ୍ତି ଜୟାଙ୍କ ନେତୃତ୍ୱ । ଭୋଟରଙ୍କ ଭଲପାଇବାକୁ କିଭଳି ପରିଣତ କରାଯାଏ ଭୋଟ୍ବ୍ୟାଙ୍କରେ ଏସବୁ ଭଲ ଭାବେ ମାଲୁମ୍ ଅମ୍ମା ଜୟଲଳିତାଙ୍କୁ । ପୁଣି ଜବାବ ମଧ୍ୟ ନାହିଁ ତାଙ୍କ କ୍ରେଜରେ ö

ଶିକ୍ଷା, ସରକାରୀ ଚାକିରିରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ସବୁଠାରେ ମହିଳାମାନେ ନିଜ ସ୍ଥିତି ଜାହିର କରିବା ସହ ବେଶ ସଫଳତା ପାଇଛନ୍ତି । ଅଧିକାଂଶ କ୍ଷେତ୍ରରେ ସେମାନେ ପୁରୁଷମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରାଜନୀତିର ପଶାପାଲିରେ ସେମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହନ୍ତି ଏହା ପ୍ରମାଣ କରିଛି ଜୟଲଳିତା ଓ ମମତା ବାନାର୍ଜିଙ୍କ ବିଜୟ । ତେବେ କେବଳ ଜୟା କିମ୍ବା ମମତା ନୁହନ୍ତି ଆଉ ଦୁଇ ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ବସିଛନ୍ତି ଶାସନ ଗାଦିରେ ö

107710-472774-aapmehbooba-mufti୪ ଏପ୍ରିଲ ୨୦୧୬ । ଜାମ୍ମୁ କାଶ୍ମୀର ରାଜ୍ୟର ଶାସନଭାର ଆସେ ଜଣେ ମହିଳାଙ୍କ ହାତକୁ । ମେହବୁବା ମୁଫତି ବନନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ବିଜେପି ଓ ପିଡ଼ିପି ମେଂଟର ରାଜ୍ୟ Victory-Patan-2007ମୁଖିଆ ହେଉଛନ୍ତି ମେହବୁବା । କାଶ୍ମୀରର ହାତଗଣତି କେଇ ଜଣ ମହିଳା ରାଜନେତ୍ରୀଙ୍କ ମଧ୍ୟରୁ ସର୍ବାଧିକ ଲୋକପ୍ରିୟ ନେତ୍ରୀ ମେହବୁବା ପିତାଙ୍କ ନିଧନ ପରେ ଆସନ୍ତି ଶାସନକୁ । ଏବେ ମେହବୁବାଙ୍କ ହାତରେ କାଶ୍ମୀର ଶାସନର ଡୋର । ତାଙ୍କ ଉପଲବ୍ଧି ଆଉ ଏକ ଉଦାହରଣ ଦେଶରେ ମହିଳା ଜାଗରଣର । ଦେଶର ସବୁଠାରୁ ଆଗୁଆ ରାଜ୍ୟ କୁହାଯାଉଥିବା ଗୁଜରାଟର ଶାସନଭାର ମଧ୍ୟ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ହାତରେ । ମୁଖ୍ୟମନ୍ତ୍ରୀ ଜଣକ ହେଲେ ଆନନ୍ଦି ବେନ୍ ପଟେଲ୍ । ଆନନ୍ଦି ମଧ୍ୟ ହେଉଛନ୍ତି ଗୁଜରାଟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୨୦୧୪ ମସିହା ମେ ୨୨ ତାରିଖରେ ରାଜ୍ୟର ଶାସନଭାର ଗ୍ରହଣ କରିଥିବା ଆନନ୍ଦିଙ୍କର ବିଜେପି ସହ ସଂପୃକ୍ତି ୧୯୮୭ ମସିହାରୁ । ଆନନ୍ଦି ବେନଙ୍କ ଉପଲବ୍ଧି ଆଉ ଏକ ଉଦାହରଣ ଦେଶରେ ମହିଳା ଜାଗରଣର । ଦେଶର ଚାରି ଭାଗରେ ଚାରି ରାଜ୍ୟ । କଶ୍ମୀର, ତାମିଲନାଡୁ, ଗୁଜରାଟ୍ ଓ ପଶ୍ଚିମବଙ୍ଗ । ଚାରି ରାଜ୍ୟର ଶାସନଭାର ୪ ଶକ୍ତିଶାଳୀ ରାଜନେତ୍ରୀଙ୍କ ହାତରେ । ଏବେ ଚର୍ଚ୍ଚାରେ ଅମ୍ମାରୁ ଆନନ୍ଦି ମମତାରୁ ମେହବୁବା ।

ନାରୀ ହେଉଛି ଶକ୍ତିର ଆଧାର  । ତେବେ ଦିନ ଥିଲା ପୁରୁଷ ପ୍ରଧାନ ସମାଜରେ ନାରୀକୁ ମିଳୁନଥିଲା ଉପଯୁକ୍ତ ମର୍ଯ୍ୟାଦା । କିନ୍ତୁ ମମତା, ଜୟଲଳିତା, ଆନନ୍ଦି ବେନ୍ ଓ ମେହବୁବା ମୁଫତି ରାଜନୀତିରେ ସଫଳ ହେବା ଘଟଣା ପ୍ରମାଣ ଦେଇଛି ଚିତ୍ର ବଦଳି ବାର । ସମୟ ବଦଳିବା ସହ ନାରୀ ଏବେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିବାରେ ସମର୍ଥ ହେଲାଣି । ସୋସିଆଲ ମିଡ଼ିଆରେ ଏବେ ଏହି ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି  । ଚର୍ଚ୍ଚାରେ ଦେଶର ୪ ମହିଳା ମୁଖ୍ୟମନ୍ତ୍ରୀ  ।