ଅମ୍ଲାନଙ୍କ ସମୟ

154

ଏବେଠାରୁ ଦିନ ଗଣିବା ଆରମ୍ଭ କଲେଣି ଅମ୍ଲାନ । କାରଣ ଆଗକୁ ତାଙ୍କର ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ମୁଭି ଟାଇଗର ଓ ଚିନି ରିଲିଜ ହେବାକୁ ଯାଉଛି । ଏହାସହ ସେ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଥିବା ଏକ ଅନଟାଇଟଲଡ୍ ଫିଲ୍ମରେ ମଧ୍ୟ ଅଭିନୟ କରୁଛନ୍ତି । ଏଥିରେ  ତାଙ୍କ ଅପୋଜିଟରେ ଅଛନ୍ତି ରିୟା  ।  ତେବେ ଭବିଷ୍ୟତରେ କିପରି ଭଲ ଭଲ କାହାଣୀ ଥିବା ମୁଭିରେ ଅଭିନୟ କରିବେ ସେ ନେଇ ଆଜିଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ହେଉଛନ୍ତିି । ତେବେ ଗୋଟେ ପଟେ ଟାଇଗରରେ ଅମ୍ଲାନଙ୍କୁ ଆକ୍ସନ ରୋଲରେ ଦେଖିବାକୁ ମିଳିବ ଅନ୍ୟପଟେ ଚିନିରେ ଲଭ୍ , ଇମୋଶନ ଓ ଆକ୍ସନ ସବୁ ରହିଛି ।  ତେବେ ମୁଭି ଦୁଇଟିରେ ଥିବା ତାଙ୍କ ଚରିତ୍ର ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ସେ ଆଶା ରଖିଛନ୍ତି  ।