ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପରେ ଓଡିଆଙ୍କ ଚମକ : ଶହେ ମିଟର ରେସର ସେମିଫାଇନାଲକୁ ଗଲେ ଦୂତୀ ଚାନ୍ଦ ଓ ଅମୀୟ ମଲ୍ଲିକ

39

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ସେମିଫାଇନାଲକୁ ଯାଇଛନ୍ତି ଓଡିଆ ଝିଅ ଦୂତୀ ଚାନ୍ଦ । ଶହେ ମିଟର ରେସ ରାଉଣ୍ଡ ୱାନ ହିଟ୍ ଥ୍ରୀରେ ପ୍ରଥମ ସ୍ଥାନ ଅଧିକାର କରି କ୍ୱାଲିଫାଏ କରିଛନ୍ତି ଦୂତୀ । ଶହେ ମିଟର ଦୌଡ଼ ପାଇଁ ଦୂତି ଚାନ୍ଦ ନେଇଥିଲେ ୧୧.୪୦ ସେକେଣ୍ଡ ସମୟ । ଆଜି ଖେଳାଯିବ ପରବର୍ତ୍ତୀ ରାଉଣ୍ଡ । ଦୂତି କହିଛନ୍ତି, ତାଙ୍କର ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ପଦକ । ଅନ୍ୟ ପ୍ରତିଯୋଗୀମାନେ ବେଶ୍ ପାରଙ୍ଗମ ଥିବାରୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିିଛି ।

ସେପଟେ ପୁରୁଷ ବିଭାଗ ଶହେ ମିଟର ଦୌଡରେ ପରବର୍ତ୍ତୀ ରାଉଣ୍ଡରେ ପହଁଚିଛନ୍ତି ଆଉ ଜଣେ ଓଡିଆ ଅମିୟ ମଲ୍ଲିକ । ଶହେ ମିଟର ରେସରେ ତୃତୀୟ ସ୍ଥାନରେ ରହି କ୍ୱାଲିଫାଏ କରିଛନ୍ତି ଅମିୟ । ଶହେ ମିଟର ରେସ୍ କ୍ୱାଲିଫାଏ କରିବାକୁ ଅମିୟ ନେଇଛନ୍ତି ୧୦.୪୮ସେକେଣ୍ଡ ସମୟ । ସେ ଆଜି ସେମିଫାଇନାଲ ରାଉଣ୍ଡ ଖେଳିବେ।