ଅମିତ ଶାହାଙ୍କ ଓଡିଶା ଅଭିଯାନ ! ସଂଗଠନକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

38

କନକ ବ୍ୟୁରୋ: ଅମିତ ଶାହାଙ୍କ ଓଡିଶା ଅଭିଯାନ । ଭୁବନେଶ୍ୱରରେ ଆସି ପହଂଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗତକାଲି ସ୍ୱତନ୍ତ୍ର ବିମାନ ଯୋଗେ ବିଳମ୍ବିତ ରାତିରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଂଚିଥିଲେ ଅମିତ ଶାହା । ଓଡ଼ିଶା ଗସ୍ତ ସମୟରେ ସେ ଗଞ୍ଜାମ, ଯାଜପୁର ଯାଇ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆଜି ଗଞ୍ଜାମ ଗସ୍ତରେ ଯିବେ ଅମିତ ଶାହା । ଏଥିପାଇଁ ବିଜେପି ପକ୍ଷରୁ ଚାଲିଛି ଯୋରଦାର ପ୍ରସ୍ତୁତି । ଗଞ୍ଜାମ ହୁଗୁଳାପଟାରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା ଦଳିତଙ୍କ ଘରେ ଭୋଜନ କରିବେ । ପରେ ବ୍ରହ୍ମପୁରର ଆମ୍ବୁପୁଆ ଠାରେ ଅପରାହ୍ନରେ ବିଜେପି କର୍ମୀଙ୍କ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –