ବିଗ୍ ବି’ଙ୍କ ବିଗ୍ ଫ୍ୟାନ୍ : ଅମିତାଭଙ୍କୁ ଟ୍ୱିଟରରେ ଫଲୋ କଲେ ୨କୋଟି ୨୦ ଲକ୍ଷ ଲୋକ

33

source-google

ବଲିଉଡ ମେଗାଷ୍ଟର ଅମିତାଭ ବଚ୍ଚନ । ଅଭିନୟର ଚିତ୍ର ଚରିତ୍ରର ଜଣେ ମାଇଲଖୁଂଟ। ଯାହାଙ୍କ ଅନେକ ସଫଳତା ଓ ଅନେକ ଯଶ । ସାରା ବିଶ୍ୱରେ ତାଙ୍କର ନାଁ ହିଁ ତାଙ୍କର ପରିଚୟ। ଏବେ ଆଉ ଏକ ସୁନାମ ଅର୍ଜନ କରିଛନ୍ତି । ଅଭିନୟରେ ନୁହେଁ ସୋସିଆଲ ସାଇଟରେ ।

Screen shot 2016-08-21 at 2.02.41 PMଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରରେ ଅମିତାଭଙ୍କର ୨କୋଟି ୨୦ ଲକ୍ଷ ଫଲୋୟରସ୍ ହୋଇଛନ୍ତି । ଯାହାକି ବଡ ବଡ ସେଲିବ୍ରେଟିଙ୍କ ଠାରୁ ଖୁବ୍ ଆଗରେ ରହିଛନ୍ତି । ଅମିତାଭ ବଲିଉଡର ପ୍ରଥମ ସେଲିବ୍ରେଟି ଯାହାଙ୍କୁ ୨କୋଟି ୨୦ ଲକ୍ଷ ଫ୍ୟାନ ଫଲୋୟର ହେଇଛନ୍ତି ଟ୍ୱିଟରରେ।

sourec- twitter pm modi

ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମକକ୍ଷ ହୋଇଛନ୍ତି ଅମିତାଭ । ଟ୍ୱିଟରରେ ମୋଦିଙ୍କ ଫଲୋୟରସ ୨କୋଟି ୨୦ ଲକ୍ଷ। ଜାନୁୟାରୀ ୨୦୦୯ରେ ମୋଦି ଜଏନ କରିଥିଲେ ଟ୍ୱିଟରରେ ଏବଂ ଅମିତାଭ ଟ୍ୱିଟର ଆକାଉଂଟ ମେ ମାସ ୨୦୧୦ ରେ ଆରମ୍ଭ କରିଥିଲେ।

ଏହି ୭୩ ବର୍ଷୀୟ ମେଗାଷ୍ଟାର ଅମିତାଭ , ଶାହାରୁଖ ଖାନ୍ ,ସଲମାନ ଖାନ୍,ଆମିର ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଆଜିର ନାମୀଦାମୀ ହସ୍ତୀଙ୍କୁ ପଛରେପକାଇ ଦେଇଛନ୍ତି ଏବଂ ଟ୍ୱିଟରରେ ଏକ ନୂଆ ମାଇଲ ଖୁଂଟ ସ୍ଥାପନ କରିଛନ୍ତି । ଏଥିପାଇଁ ତାଙ୍କ ପାଖକୁ ଆସୁଛି ଅନେକ ଶୁଭେଚ୍ଛା ଓ ଶୁଭ କାମନ।।