ଅମିତାଭ ବଚ୍ଚନଙ୍କ ନାତୁଣୀଙ୍କୁ ନେଇ ବଡ ଭବିଷ୍ୟବାଣୀ ! ଆରାଧ୍ୟା ହେବେ ପ୍ରଧାନମନ୍ତ୍ରୀ ।

78

କନକ ବ୍ୟୁରୋ : ଅମିତାଭଙ୍କ ନାତୁଣୀ ଅରାଧ୍ୟାଙ୍କୁ ନେଇ ବଡ ଭବିଷ୍ୟବାଣୀ । ଆରାଧ୍ୟା ହେବେ ଦେଶର ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ହେବାକୁ ହେଲେ ପରିବର୍ତନ କରିବାକୁ ପଡ଼ିବ ନିଜ ନାମ । ଯାହା ବଚ୍ଚନ ପରିବାରକୁ କରିଛି ଆଶ୍ଚର୍ଯ୍ୟ । କିଛି ଏଭଳି ଭବିଷ୍ୟବାଣୀ କରିଛନ୍ତି ମୁମ୍ବାଇର ଜଣେ ଜ୍ୟୋତିଷର୍ବିଦ ।

ଐଶର୍ଯ୍ୟାଙ୍କ ଲାଡଲି ହେବେ ପ୍ରଧାନମନ୍ତ୍ରୀ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ବଚ୍ଚନ ପରିବାର । ଅଭିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଓ  ଐଶର୍ଯ୍ୟାଙ୍କ ବାହାଘର ୨୦୦୭ ମସିହା ଏପ୍ରିଲ ୨୦ରେ ହୋଇଥିଲା । ବାହାଘରର ୪ ବର୍ଷ ପରେ  ଐଶର୍ଯ୍ୟା ଏକ କନ୍ୟା ସନ୍ତାନ ଆରାଧ୍ୟାକୁ ଜନ୍ମ ଦେଇଥିଲେ । ଯିଏ ପରବର୍ତି ସମୟରେ ବଚ୍ଚନ ପରିବାର ଲାଡଲୀ ବା ଜୀବନ ପାଲଟିଯାନ୍ତି । ଲାଡଲି ଆରାଧ୍ୟା ଏବେ ୬ ବର୍ଷ ବୟସରେ ପାଦ ଥାପିଥିବା ବେଳେ ତାଙ୍କୁ ନେଇ ହୋଇଥିବା ଭବିଷ୍ୟବାଣୀ ସମସ୍ତ ବଚ୍ଚନ ପରିବାରଙ୍କୁ ଖୁସି ଦେବା ସହ ଚକିତ କରିଦେଇଛି ।

ସହରର ଜ୍ୟୋତିଷ ଡି ଜ୍ଞାନେଶ୍ୱର ଆରାଧ୍ୟା ବଡ଼ ହୋଇ ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି । ରବିବାର ଦିନ ଜ୍ଞାନେଶ୍ୱର ସାମ୍ବାଦିକ ସମ୍ମିଳନୀ କରି ୨୦୧୮ର ଭବିଷ୍ୟବାଣୀ କରିଥିଲେ । କୌଣସି ବ୍ୟକ୍ତିର ଜନ୍ମ ଗଣନା ତାର ଜନ୍ମ ତାରିଖକୁ ନେଇ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ କୌଣସି ମାସର ୧୬ କିମ୍ବା ୨୫ ତାରିଖରେ ହୋଇଥାଏ । ତେବେ ତାହାର ମୂଳ ଅଙ୍କ ୭ ହୋଇଥାଏ । ଫଳରେ ଭାଗ୍ୟ ସେମାନଙ୍କୁ ବହୁ ସାଥ୍ ଦେଇଥାଏ ।  ତେବେ ଆରାଧ୍ୟାଙ୍କ ଜନ୍ମ ୧୬ ତାରିଖରେ ହୋଇଥିବାରୁ ତାଙ୍କର ମୂଳ ଅଙ୍କ ମଧ୍ୟ ୭ । ତେଣୁ ଜ୍ୟୋତିଷ ତାଙ୍କ ପାଇଁ ଏଭଳି ଭବିଷ୍ୟବାଣୀ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନେପଚୁନଙ୍କୁ କାରଣ ଅଙ୍କ ବୋଲି ମାନାଯାଇଥାଏ ।  ସ୍ୱଭାବ ଅନୁସାରେ ଏମାନଙ୍କ ଅଙ୍କ ହୋଇଥାଏ । ତେବେ ଆରାଧ୍ୟାଙ୍କ ସ୍ୱଭାବ ମଧ୍ୟ ଜଳ ପରି ଶାନ୍ତ ଓ ସରଳ । ତେଣୁ ସେ ସବୁ ପରିସ୍ଥିତି ଦୃଢ଼ ମୁକାବିଲା ସହ ସାଲିସ କରି ଆଗକୁ ବଢ଼ିବେ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି । ଯଦି ଆରାଧ୍ୟା ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଛନ୍ତି ତେବେ ସେ ନିଜ ନାମ ପରିବର୍ତନ କରି ରୋହିଣୀ କରି ନେବା ଉଚିତ୍ ବୋଲି ଜ୍ଞାନେଶ୍ୱର ପରାମର୍ଶ ଦେଇଛନ୍ତି ।