ବାହୁବଳୀରେ ଭୂମିକା ଚାହୁଁଥିଲେ ବିଗ୍ ବି ! ହେଲେ ମନା କରିଦେଲେ ରାଜାମୌଲୀ

27

ବକ୍ସ ଅଫିସରେ ବାହୁବଳୀ ଧୁମ୍ ମଚାଉଥିବା ବେଳେ ଫିଲ୍ମ ନେଇ ନାନା ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ୭୫୦ କୋଟିରୁ ଅଧିକ ଆୟ କରିଥିବା ଏହି ମୁଭିରେ କାମ କରିବାକୁ ଚାହୁଁଥିଲେ ବିଗ୍-ବି ଅମିତାଭ ବଚ୍ଚନ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିବେ ।

ଫିଲ୍ମରେ ରୋଲ୍ ନେଇ ଅମିତାଭ ନିର୍ଦ୍ଦେଶକ ରାଜାମୌଲୀଙ୍କ ସହ ଆଲୋଚନା ମଧ୍ୟ କରଥିଲେ । ହେଲେ ଅମିତାଭଙ୍କ ପାଇଁ କୈାଣସି ଚତିତ୍ର ମେଳ ନ’ଖାଇବାରୁ ଏହି ସିନେମାର ଅଂଶ ହୋଇପାରିଲେନି ଏହି ସୁପରଷ୍ଟାର ।

ଖାଲି ଅମିତାଭ ନୁହଁନ୍ତି, ଶ୍ରୀଦେବୀ ଅଧିକ ପାଉଣା ଦାବି କରିବାକୁ ଏହି ଫିଲ୍ମରୁ ବଂଚିତ ହୋଇଥିଲେ । ରାଜମାତା ଚରିତ୍ରରେ ଅଭିନୟ ପାଇଁ ଶ୍ରୀଦେବୀ ୬ କୋଟି ଦାବି କରିଥିଲେ । ଏହି ଅର୍ଥ ଯଥେଷ୍ଟ ଅଧିକ ଥିବାରୁ ଶ୍ରୀଦେବୀଙ୍କୁ ଫିଲ୍ମରେ ନେଇନଥିଲେ ରାଜାମୌଲୀ ।