ଦୀପିକା ଓ କ୍ରାଟିନାଙ୍କ ସହ କାମ କରିବାକୁ ଇଚ୍ଛା କଲେ ବଲିଉଡ୍ ଶେହେନସା ଅମିତାଭ! ଜବ ପାଇଁ ଇନଷ୍ଟାଗ୍ରାମରେ ଦେଲେ ଆପ୍ଲିକେସନ

27

ଇଂଷ୍ଟାଗ୍ରାମରେ ବଲିଉଡ୍ ଶେହେନସା ଅମିତାଭ ବଚ୍ଚନଙ୍କ ଜବ୍ ଆପ୍ଲିକେସନ୍ । ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ଜରିଆରେ ଦୀପିକା ଓ କାଟ୍ରିନାଙ୍କ ଭଳି ଡେଙ୍ଗୀ ଅଭିନେତ୍ରୀଙ୍କୁ କାମ ମାଗିଲେ ଅମିତାଭ । ସୋସିଆଲ ମିଡିଆରେ ବିଗ୍ ବି’ଙ୍କ ଏହି ମଜାଳିଆ ପୋଷ୍ଟ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ନିଜ ବାୟୋଡ଼ାଟାକୁ ମଧ୍ୟ ସେୟାର କରିଛନ୍ତି ବଲିଉଡର ଏହି ସୁପରଷ୍ଟାର ।

କମ ଉଚ୍ଚତା ଥିବା ଅଭିନେତା ସାହିଦ କାପୁର, ଆମୀର ଖାନଙ୍କ ସହ ଦୀପିକା କି କ୍ୟାଟ୍ରିନାଙ୍କ ଭଳି ଲମ୍ବା ଅଭିନେତ୍ରୀ ମ୍ୟାଚ୍ କରୁନାହାନ୍ତି ବୋଲି ମୁମ୍ବାଇର ଏକ ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ପେପର୍ କଟିଂକୁ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ଅମିତାଭ । ଅମିତାଭ ଲେଖିଛନ୍ତି, ମୋ ଉଚ୍ଚତା ଠିକ ହେବ ବୋଲି ମୁଁ ଭାବୁଛି । ଏହା ସହ ତାଙ୍କ ବୟସ ଓ ଫିଲ୍ମ ଅଭିନୟରେ ତାଙ୍କ ଅଭିଜ୍ଞତା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଅମିତାଭଙ୍କ ଏହି ପୋଷ୍ଟକୁ ତିନି ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।