ବିଗ୍ ବି’ଙ୍କ ବିଗ୍ ଫ୍ୟାନ୍ ! ଟ୍ୱିଟରରେ ଅମିତାଭଙ୍କୁ ଫଲୋ କଲେ ୨.୯ କୋଟି ଲୋକ

15

ବଲିଉଡ୍ ମେଗାଷ୍ଟର ଅମିତାଭ ବଚ୍ଚନ । ଅଭିନୟର ଚିତ୍ର ଚରିତ୍ରର ଜଣେ ମାଇଲଖୁଂଟ । ଯାହାଙ୍କ ଅନେକ ସଫଳତା ଓ ଅନେକ ଯଶ । ସାରା ବିଶ୍ୱରେ ତାଙ୍କର ନାଁ ହିଁ ତାଙ୍କର ପରିଚୟ । ଏବେ ଆଉ ଏକ ସୁନାମ ଅର୍ଜନ କରିଛନ୍ତି । ଅଭିନୟରେ ନୁହେଁ ସୋସିଆଲ ସାଇଟରେ । ଲୋକପ୍ରିୟ ସୋସିଆଲ୍ ସାଇଟ ଟ୍ୱିଟରରେ ଅମିତାଭଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨.୯ କୋଟି  ଟପିଛି । ଯାହାକି ବଡ ବଡ ସେଲିବ୍ରେଟିଙ୍କ ଠାରୁ ଖୁବ୍ ଆଗରେ ରହିଛି । ଅମିତାଭ ବଲିଉଡର ପ୍ରଥମ ସେଲିବ୍ରିଟି ଯାହାଙ୍କୁ ୨.୯ କୋଟି ଫ୍ୟାନ୍ ଫଲୋଅର୍ ହେଇଛନ୍ତି ଟ୍ୱିଟରରେ।

ଏହି ୭୪ ବର୍ଷୀୟ ମେଗାଷ୍ଟାର ଅମିତାଭ , ଶାହାରୁଖ ଖାନ୍ ,ସଲମାନ ଖାନ୍,ଆମିର ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଆଜିର ନାମୀଦାମୀ ହସ୍ତୀଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଟ୍ୱିଟରରେ ଏକ ନୂଆ ମାଇଲ ଖୁଂଟ ସ୍ଥାପନ କରିଛନ୍ତି । ଟୁଇଟରରେ ଶାହାରୁଖଙ୍କ ଫଲୋଅର୍ସ ସଂଖ୍ୟା ୨.୭୬ କୋଟି ଥିବା ବେଳେ ସଲମାନଙ୍କ ଅଛନ୍ତି ୨.୫୧ କୋଟି  । ସେହିପରି ଆମୀର୍ ଖାନ୍, ଦୀପିକା ପାଡୁକୋନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋଅର୍ସ ଯଥାକ୍ରମେ ୨.୧୮ କୋଟି, ୨ କୋଟି ଏବଂ ୧.୮୯ କୋଟି ଅଛନ୍ତି । ଅମିତାଭ ଟ୍ୱିଟର ଆକାଉଂଟþ ମେ ମାସ ୨୦୧୦ ରେ ଆରମ୍ଭ କରିଥିଲେ ।

ତେବେ ଟୁଇଟରରେ ଏହି ମାଇଲଖୁଂଟ ସ୍ଥାପନ କରିବା ପରେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଗ୍ ବି । ଲେଖିଛନ୍ତି, ଗୋଟିଏ ସମୟ ଥିଲା ଯେତେବେଳେ ମାତ୍ର ଜଣେ ବ୍ୟକ୍ତି ମୋ ଟୁଇଟ୍ ଦେଖିଥିଲେ  । ଆଉ ଆଜି ସେ ସଂଖ୍ୟା ୨.୯ କୋଟିରେ ପହଂଚିସାରିଛି  ।