ସମ୍ପତି ବାଂଟିଲେ ବିଗ୍ ବି ! ଜାଣନ୍ତୁ କାହାକୁ ମିଳିଲା କେତେ

69

Amitabh-Bachanରିଲ୍ ଲାଇଫରେ ମହାନାୟକ ଅମିତାଭ୍ ବଚ୍ଚନ ସବୁବେଳେ ନମ୍ବର ୱାନ୍ ରହିଆସିଛନ୍ତି । କିନ୍ତୁ ରିୟଲ୍ ଲାଇଫରେ ବି ମଧ୍ୟ ଏମିତି କିଛି କାର୍ଯ୍ୟ କରିଥାନ୍ତିି ଯାହା ଦ୍ୱାରା ସେ ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତି ପାରିଥାନ୍ତି । ଏବେ ପୁଣି ବିଗ୍ ବିଙ୍କ ଏକ ନିଷ୍ପତି ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । କାରଣ , ଅମିତାଭ୍ ନିଜ ସଂପତିକୁ ଭାଗ କରି ଅଭିଷେକ ଓ ଶ୍ୱେତାଙ୍କ ମଧ୍ୟରେ ସମାନ ସମାନ ଭାବରେ ବାଂଟିବାକୁ ଜଣାଇଛନ୍ତି । ଅମିତାଭଙ୍କ ଦ୍ୱାରା ଟୁଇଟ୍ କରାଯାଇଥିବା ଏକ ବ୍ୟାନରେ ଲେଖା ଯାଇଛି ‘ ମୁଁ ଚାଲିଯିବା ପରେ ମୋ ପଛରେ ଛାଡି ଯାଇଥିବା ସମସ୍ତ ସମ୍ପତି ପୁଅ ଅଭିଷେକ ବଚ୍ଚନ ଓ ଝିଅ ଶ୍ୱେତା ନନ୍ଦଙ୍କ ମଧ୍ୟରେ ସମାନ ଭାବରେ ବାଂଟି ଦିଆଯିବ’ ।

ଅମିତାଭ୍ କେବେ ବି ପୁରୁଷ ଏବଂ ମହିଳାମାନଙ୍କୁ ଭେଦଭାବ ନଜରରେ ଦେଖି ନଥାନ୍ତି । ଏପରିକି ପରିବାର ମଧ୍ୟରେ ବି ସେ ନିଜ ପୁଅ ଓ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି । ଏହାର ଉଦାହରଣ ଅମିତାଭଙ୍କ ଏହି ନିଷ୍ପତିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ବଲିଉଡରେ ଏମିତି ପ୍ରଥମ ଥର ହୋଇଛି କି କୌଣସି ସୁପରଷ୍ଟାର୍ ନିଜ ସଂପତିକୁ ଭାଗ କରି ବାଂଟିବା ସହ ତାକୁ ସାର୍ବଜନୀନ କରିଛନ୍ତି । ତେବେ ମହିଳା ଦିବସ ପାଇଁ କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଅମିତାଭଙ୍କ ଏପରି ଘୋଷଣା ଯୋଗୁଁ ସମସ୍ତେ ତାଙ୍କ ସଲାମ୍ କରିଛନ୍ତି ।