ବିଗ୍ ବି ଅମିତାଭଙ୍କ ସ୍ୱରରେ ଗଣେଶଙ୍କ ଆରତି

76

september-ganesh-chaturthi-at-mumbai-1024x747ବଲିଉଡ ନଗରୀ ମୁମ୍ବାଇରେ ଗଣେଶ ଚତୁର୍ଥୀର ମାହୋଲ କିଛି ଭିନ୍ନ ଧରଣର ଥାଏ । ଗଣେଶ ଚତୁର୍ଥୀକୁ ଏଠାରେ ଖୁବ୍ ଧୁମଧାମରେ ପାଳନ କରାଯାଏ । ଏହି ବର୍ଷ ଗଣେଶ ପୂଜା ଏଠାରେ ଏକ ସ୍ୱତନ୍ତ୍ର ହେବାକୁ ଯାଉଛି ଜଣଙ୍କ ପାଇଁ । ସେ ହେଉଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ ।

cover_1472791333ଏହି ଲୋକପ୍ରିୟ ଅଭିନେତା ଫ୍ୟାନ ମାନଙ୍କ ପାଇଁ ନିଜ ସ୍ୱରରେ ଉପହାର ଦେଇଛନ୍ତି ଏକ ଗଣେଶ ଆରତି । ଏହିବର୍ଷ ସେପ୍ଟେମ୍ବର ୫ରେ ଗଣେଶ ଚତୁର୍ଥୀ ପାଳନ ହେବାକୁ ଯାଉଛି । ବିଗ୍ ବି ଏହି ଆରତିକୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଗାଇଛନ୍ତି । ବିଗ୍ ବି’ଙ୍କ ଏହି ସ୍ୱତନ୍ତ୍ର ଆରତିରେ ଏଥିପାଇଁ ମୁମ୍ବାଇର ଗଣେଶ ଚତୁର୍ଥୀ ସ୍ୱତନ୍ତ୍ର ହେବାକୁ ଯାଉଛି  ।
ଶୁଣନ୍ତୁ ବିଗ୍ ବି ଅମିତାଭଙ୍କ ଭାବମୟ ଆରତି ଅମିତାଭଙ୍କ ଟ୍ୱୁଟର ପେଜରୁ û