ବିଗ୍ ବି ଙ୍କ ବଡ ଖୁଲାସା, KBC ସମୟରେ ହୋଇସାରିଛନ୍ତି ଏହି ଗମ୍ଭୀର ରୋଗରେ ପୀଡିତ 

ସେ ଜଣେ ଟିବି ସର୍ଭାଇଭର ରହିସାରିଛନ୍ତି ।

422

କୌନ ବନେଗା କରୋଡପତିର ଦଶମ ସିଜନରେ ଅହମଦାବାଦରୁ ଆସିଥିବା କାଜଲ ପଟେଲ ସର୍ବପ୍ରଥମେ ଫାଷ୍ଟେଷ୍ଟ ଫିଙ୍ଗରର ଠିକ୍ ଉତ୍ତର ଦେଇ  ହଟ୍ ସିଟ୍ ରେ ପହଂଚିଲେ । କିନ୍ତୁ ସେ ମାତ୍ର ୬ ଲକ୍ଷ ୪୦ ହଜାର ଟଙ୍କା ହିଁ ଜିତିପାରିଲେ । ଖେଳରେ ଅମିତାଭ ବଚ୍ଚନ କାଜଲଙ୍କୁ ଅନେକ ପ୍ରଶ୍ନ ପଚାରିଲେ, ଯେଉଁଥିରେ ଏମତି ପ୍ରଶ୍ନ ଆସିଲା, ଯାହା ବିଷୟରେ ସେ ନିଜ ଜୀବନ ସହ ଜଡିତ ଏକ ରହସ୍ୟ ସେୟାର କଲେ ।

କାଜଲଙ୍କୁ ପଚରାଯାଇଥିବା ପ୍ରଶ୍ନରେ ଟିବି ସହିତ ଜଡିତ ଏକ ପ୍ରଶ୍ନ ଆସିଲା । ଯାହାପରେ ଅମିତାଭ ଜଣାଇଲେ କି, ସେ ଜଣେ ଟିବି ସର୍ଭାଇଭର ରହିସାରିଛନ୍ତି । ଅମିତାଭ ଜଣାଇଲେ କି ବର୍ଷ ୨୦୦୦ରେ କେବିସିର ପ୍ରାରମ୍ଭିକ ସମୟରେ ସେ ଜାଣିଲେ କି ତାଙ୍କ ମେରୁଦଣ୍ଡରେ ଟିବି ହୋଇଯାଇଛି । ଯଦ୍ୱାରା ସେ ଠିକ୍ ସମୟରେ ତାହାର ଉପଚାର କରାଇଥିଲେ ଏବଂ ଏବେ ସେ ସୁସ୍ଥ ଅଛନ୍ତି ।

ସେ ଜଣାଇଛନ୍ତି କି ସେହି ସମୟ ବହୁତ ମୁସ୍କିଲ ଥିଲା । ସେ ଭାବୁଥିଲେ ଚେୟାରରେ ବସିବା କାରଣରୁ ତାଙ୍କୁ ଯନ୍ତ୍ରଣା ହେଉଛି ।  ଯେତେବେଳେ ସେ ଜାଣିଲେ ତାହାର ଚିକିତ୍ସା କରାଇଲେ । ସେ ଯେତେବେଳେ ଏହି ରୋଗର ସାମନା କଲେ, ସେ ଦୃଢ଼ ପ୍ରତିଜ୍ଞ ହେଲେ କି ସମାଜରେ ଏହାର ସଚେତନତା ସୃଷ୍ଟି କରିବେ ଏବଂ ସେବେଠାରୁ ସେ କରୁଛନ୍ତି ।