ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ୍ ମିଡିଆ ବିଗବିଙ୍କ କେବିସିରେ ! ଜାଣନ୍ତୁ ସୋ ସଂପର୍କରେ ୫ଟି ବିଶେଷ କଥା

33

ସୁପରଷ୍ଟାର ଅଭିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ଗେମ୍ ସୋ’ କୌନ୍ ବନେଗା କରୋଡପତି (କେବିସି) ଦୀର୍ଘ ୧୭ ବର୍ଷ ଧରି ଟେଲିଭିଜନ ଜଗତରେ ଖୁବ୍ ପ୍ରଶଂସା ସାଉଁଟିଛି । ଯାହାକି ଏବେ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି । ଆଉ ସବୁଥର ଭଳି ଏଥରକ ମଧ୍ୟ ନିଜ ସୁପରହିଟ୍ ସୋ’ରେ ନଜର ଆସିବେ ବିଗବି ଅମିତାଭ ବଚ୍ଚନ । ତେବେ ଏହା ଏହି ସୋର ୯ତମ ସିଜିନ୍ ଅଟେ ।

ପ୍ରତିଥର ଭଳି ଅମିତାଭ ବଚ୍ଚନ ମଧ୍ୟ ଏଥରକ ଏହି ସୋଟିକୁ ହୋଷ୍ଟ କରିବେ । ଅମିତାଭ ନା କେବଳ ସୋ’ର ଟିଆରପିକୁ ବଢାଇବାକୁ କାମ କରନ୍ତି ତାହା ନୁହେଁ ବରଂ ଏଥିସହିତ ସେ ସାଧାରଣ ଜନତାଙ୍କ ସହିତ ମଧ୍ୟ ଖୋଲାଖୋଲି ଭାବେ କଥାବାର୍ତ୍ତା କରନ୍ତି । ତାଙ୍କର କଥା କହିବାର ଶୈଳୀ ଏବଂ ଷ୍ଟାଇଲ୍ ତାଙ୍କୁ ଦର୍ଶକଙ୍କ ହୃଦୟର ଆହୁରି ନିକଟବର୍ତ୍ତୀ କରିଦିଏ । ତେଣୁ ଚଳିତ ବର୍ଷ ଏହି ସୋ’ଟିକୁ ସଂପୂର୍ଣ୍ଣ ଭାବେ ଡିଜିଟାଲାଇଜେସନ କରିଦିଆଯାଇଛି ।

କେବିସିର ସିଜିନ-୯ର କିଛି ବିଶେଷ କଥା

• କେବିସିର ଏହି ସିଜିନ୍ ପାଖାପାଖି ୬ ସପ୍ତାହ ଧରି ସିଧାପ୍ରସାରଣ ପ୍ରସାରିତ ହେବ ।

• ଏଥରକ ୧୫ଟି ପ୍ରଶ୍ନର ଉତ୍ତର ଦେବା ଉପରେ ମିଳିବ ୧ କୋଟି ଟଙ୍କା । ଯେବେକି ୧୬ତମ ପ୍ରଶ୍ନ ଉପରେ ମିଳିବ ୭ କୋଟି ଟଙ୍କା ।

• ଏଥରକ ଡିଜିଟାଲ୍ ଟଙ୍କା କାରବାର ରହିବ । ଅର୍ଥାତ୍ ଏପଟେ ଜିତିଲ ସେପଟେ ଟଙ୍କା ପହଂଚିଯିବ ବିଜେତାଙ୍କ ବ୍ୟାଙ୍କ ଖାତାରେ ।

• ବନ୍ଧୁଙ୍କ ନିକଟକୁ ସହାୟତା ପାଇଁ ଫୋନ ବ୍ୟବସ୍ଥା ତଥା ବିକଳ୍ପ ମିଳିବ ନାହିଁ । ବରଂ ଏଥିରେ ଭିଡିଓ କଲିଂ ସୁବିଧା ଦିଆଯିବ ।

• ଏଥରକ ଯୋଡିଦାର ଅପ୍ସନ ବି ରହିବ । ଯେଉଁଥିରେ ପରିବାରର ସଦସ୍ୟ କିମ୍ବା ବନ୍ଧୁ ସାମିଲ ହୋଇପରିବେ । ଯାହାଙ୍କୁ ପ୍ରଶ୍ନର ଉତ୍ତର ପଚରା ଯାଇପାରିବ ।

ଏ ସଂପର୍କରେ ଖୋଦ୍ ବିଗବି ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି ଯେ, ‘କେବିସିର ଆରମ୍ଭ ଆଜିକୁ ୧୭ ବର୍ଷ ପୁରିଛି ଏବଂ ଏହା ସହିତ ମୋର ସଂପର୍କକୁ ମଧ୍ୟ ଏହି ସୋ’ ପୁଣି ଥରେ ମନେ ପକେଇ ଦେଇଛି । ଏହା ଏଭଳି ଏକ ଯାତ୍ରା ଏବଂ ଅନୁଭବ ଯାହା ନା କେବଳ ମୋ ପାଇଁ ତାହା ନୁହେଁ ବରଂ ଏହା ବାସ୍ତବିକ ରୂପରେ ସାଧାରଣ ଜନତାଙ୍କ ପାଇଁ ଅଟେ’ । ବିଗବି ଆହୁରି ମଧ୍ୟ ଲେଖନ୍ତି କି, ‘ଦୀର୍ଘ ୧୭ ବର୍ଷ ଧରି ଏହି ସୋ’ ସହିତ ଯୋଡି ହୋଇ ରହିବା ମୋ ପାଇଁ ଏହା କୌଣସି ଜୀବନକାଳରୁ ମଧ୍ୟ କମ୍ ନୁହେଁ’ ।

ସୌଜନ୍ୟ: ଏବିପି ନ୍ୟୁଜ୍