ବିଗ୍ ବିଙ୍କ ବଦାନ୍ୟତା ! ଶୁଝିଲେ ୧୩୯୮ କୃଷକଙ୍କ ୪ କୋଟିର ଋଣ

167
କେବଳ ସିନେମାରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ହୀରୋ ହେବାର ପରିଚୟ ଦେଇଛନ୍ତି ବିଗ୍ ବି । ବଲିଉଡ଼୍ ଶାହେନସା ତଥା ବିଗ୍ ବି ଅମିତାଭ ବଚ୍ଚନ ଉତ୍ତର ପ୍ରଦେଶର କୃଷକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । କୃଷକମାନେ ଦେଶର ମେରୁଦଣ୍ଡ ସଦୃଶ । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍ ମୂଲ୍ୟ ନମିଳିବା ଯୋଗୁଁ ନିଜ ଘର ଚଳାଇବା ପାଇଁ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଚାଷ ପାଇଁ କୃଷକମାନେ ବ୍ୟାଙ୍କ ହେଉ କିମ୍ବା ମହାଜନଙ୍କ ଠାରୁ ଋଣ ଆଣୁଛନ୍ତି । ଅଦିନିଆ ବୃଷ୍ଟି, ରୋଗପୋକ ଲାଗି କୃଷକ ମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଶେଷର ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ବାଟ ବାଛିନେଉଛନ୍ତି କୃଷକ ।
ମେଗାଷ୍ଟାର ଅମିତାଭ ବଚ୍ଚନ ଦାବି କରିଛନ୍ତି ଉତ୍ତରପ୍ରଦେଶର ୧୩୯୮ କୃଷକଙ୍କ ଋଣ ଶୁଝିବାରେ ସେ ସାହାଯ୍ୟ କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ନିଜ ବ୍ଲଗରେ ଅମିତାଭ ବଚ୍ଚନ ଖୁଲାସ କରିଛନ୍ତି ସେ ବ୍ୟକ୍ତିଗତ ଭାବେ ୭୦ ଜଣ କୃଷକଙ୍କ ମୁମ୍ବାଇ ଯାତ୍ରା ଓ ବ୍ୟାଙ୍କ ପତ୍ର ପ୍ରାପ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ସୂଚନାଯୋଗ୍ୟ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରର ୩୫୦ କୃଷକଙ୍କ ଋଣ ଶୁଝିଥିଲେ ବିଗ୍ ବି ।
dailytimes.com.pk
ଅମିତାଭଙ୍କ ପ୍ରବକ୍ତା କହିଛନ୍ତି ଉତ୍ତରପ୍ରଦେଶର ୧୩୯୮ କୃଷକଙ୍କ ଉପରେ ୪,୦୫ କୋଟିର ଋଣ ବୋଝ ଥିଲା । ଆଉ ଏହି ଋଣ ଶୁଝିବା ପାଇଁ ଅମିତାଭ ବଚ୍ଚନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହ ୱାନ୍ ଟାଇମ୍ ସେଟେଲମେଂଟ କରିଥିଲେ । ଏବଂ ୪,୦୫ କୋଟିର ଶୁଝିଛନ୍ତି । କୃଷକଙ୍କ ଆତ୍ମହତ୍ୟା ରୋକିବା ପାଇଁ ସେ ଏହି ପଦକ୍ଷେପ ପାଇଁ ନେଇଛନ୍ତି ।