କୃଷକଙ୍କ ଋଣ ପରିଶୋଧ କରିବା ବାବଦରେ ମୁହଁ ଖୋଲିଲେ ମେଗାଷ୍ଟାର ବିଗ୍ ବି : କହିଲେ, ଚାଷୀ ଆତ୍ମହତ୍ୟା ସବୁବେଳେ ତାଙ୍କୁ ବ୍ୟଥିତ କରେ

20

ସହିଦ୍ ପରିବାରଙ୍କୁ ୧ କୋଟି ଓ କୃଷକଙ୍କୁ ୧.୫ କୋଟି ଟଙ୍କା ଦାନ କରିବାକୁ କହିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ ।

୭୫ ବର୍ଷୀୟ ଅଭିନେତା ଗଣମାଧ୍ୟମକୁ ଜଣାଇଛନ୍ତି ଯେ, “ଆମକୁ ସରକାରଙ୍କ ଠାରୁ ୪୪ ପରିବାରର ସୂଚୀ ମିଳିଛି । ପରିବାର ଗୁଡିକର ଦେଖରେଖ ପାଇଁ ୧ କୋଟି ମୂଲ୍ୟର ୧୧୨ଟି ଡିମାଣ୍ଡ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଏକ ପ୍ରଣାଳୀ ଅଛି । ଅର୍ଥ ରାଶିର ୬୦ ପ୍ରତିଶତ ପତ୍ନୀଙ୍କୁ, ୨୦ ପ୍ରତିଶତ ପିତାଙ୍କୁ ଓ ମା’ଙ୍କୁ ୨୦ ପ୍ରତିଶତ-ଏହି ପ୍ରକାରରେ ଆମେ ୪୪ ଜଣ ସହିଦଙ୍କ ପରିବାରକୁ ରାଶି ବାଣ୍ଟିଛୁ ।”

ବଚ୍ଚନଙ୍କ କହିବାନୁସାରେ, ସେ ଚାଷୀ ଆତ୍ମହତ୍ୟା ପାଇଁ ମଧ୍ୟ ଦୁଃଖିତ । ତାଙ୍କୁ ସବୁବେଳେ ଆତ୍ମହତ୍ୟା ଖବର ବ୍ୟଥିତ କରେ । କିଛି ବର୍ଷ ପୂର୍ବେ ସେ ଭାଇଜାଗରେ ସୁଟିଂ କରୁଥିବା ସମୟରେ ପଢ଼ୁଥିଲେ କି କୃଷକମାନେ ୧୫,୦୦୦, ୨୦,୦୦୦ ବା ୩୦,୦୦୦ ଟଙ୍କାର ଋଣ ପରିଶୋଧ ନ କରିପାରିବାରୁ ଆତ୍ମହତ୍ୟା କରୁଥିଲେ । ସେ ସେତେବେଳେ ୪୦-୫୦ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ସେ ଏସବୁ କୌନ ବନେଗା କରୋଡ଼ ପତି ସିଜନର ପ୍ରେସ୍ କଂଫ୍ରେନ୍ସରେ କହିଛନ୍ତି ।