ଆଇପିଏଲ୍ ଉପରେ ବଚ୍ଚନ ଫ୍ୟାମିଲିର ନଜର ! କିଣି ପାରନ୍ତି ରାଜସ୍ଥାନ ରୟାଲ୍ସ ଟିମର ମାଲିକାନା, ସାଧାରଣରେ ଉତ୍କଣ୍ଠା  ।

289

କନକ ବ୍ୟୁରୋ : କବାଡ଼ି ଓ ଫୁଟବଲ ପରେ ଆଗକୁ ଆଇପିଏଲ୍ ଉପରେ ବଚ୍ଚନ ଫ୍ୟାମିଲିର ନଜର  । ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଯେକୌଣସି ଦଳ କିଣିବାକୁ ବଚ୍ଚନ ପରିବାର ଚିନ୍ତା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି  । କୁହା ଯାଉଛି ଏନେଇ ଚେନ୍ନାଇ ସୁପରକିଙ୍ଗସ୍ ସହ ପ୍ରଥମେ କଥାବାର୍ତା କରିଥିଲେ ବଚ୍ଚନ ପରିବାର, ଏହାପରେ ରାଜସ୍ଥାନ ରୟାଲ୍ସ ସହ ମଧ୍ୟ ଆଲୋଚନା କରାଯାଇଥିଲା  ।

ଆଇପିଏଲ୍ ଉପରେ ଅମିତାଭଙ୍କ ନଜର । ଖୁବଶିଘ୍ର କିଣିବେ ଆଇପିଏଲ୍ ଟିମ୍ ! ଦେଶର ଏକ ନମ୍ବର ଫିଲ୍ମି ପରିବାରର ମାନ୍ୟତା ପାଇଥିବା ବଚ୍ଚନ ଫ୍ୟାମିଲି ଆଗକୁ ଆଇପିଏଲରେ ଭାଗ୍ୟପରୀକ୍ଷା କରିବେ  । କବାଡ଼ି ଲିଗରେ ଜୟପୁର ପିଙ୍କ୍ ପାନ୍ଥର୍ସ ଓ ଫୁଟବଲରେ ଚେନ୍ନାଇ ଏଫସି ସହ ସମ୍ପର୍କ ରଖିଥିବା ବଚ୍ଚନ ପରିବାର ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦଳ କିଣିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି  । ଏଥିପାଇଁ ବଚ୍ଚନ ପରିବାର ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ ସହ କଥାବାର୍ତ୍ତା କରିଥିବା ଓ ପରେ ଆଲୋଚନା ସଫଳ ନହେବାରୁ ରାଜସ୍ଥାନ ରୟାଲ୍ ସହ କଥାବାର୍ତା କରିଥିବା କୁହାଯାଉଛି  ।

– ରାଜସ୍ଥାନ ରୟାଲ୍ସ୍ର ମାଲିକାନା ସହ ଲଳିତ ମୋଦି ସଂପୃକ୍ତ ଥିବା ବେଳେ ବିବାଦକୁ ଚାଲି ଆସିବା ପରେ ବିସିସିଆଇ କେଉଁ ନିଷ୍ପତି ନେଉଛି ତା’ଉପରେ ବଚ୍ଚନଙ୍କ ଡିଲ୍ ନିର୍ଭର କରିବ  ।

– ୨୦୧୩ ସ୍ପଟ୍ ଫିକ୍ସିଂ ଘଟଣା ପରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟି ରାଜସ୍ଥାନ ରୟାଲ୍ସରୁ ଓହରିବା ପରେ ସେଲିବ୍ରିଟି ଭାବେ ବଚ୍ଚନ ପରିବାରର ଏଂଟ୍ରି ହେବା ମଧ୍ୟ କୁହାଯାଉଛି  ।

– ଗତ ସପ୍ତାହରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୫୦ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଆହ୍ୱାନ କରା ଯାଇଥିଲା ଓ ଏହା ବଚ୍ଚନ ପରିବାରର ଆଇପିଏଲ୍ ଏଂଟ୍ରିକୁ ସହଜ କରିପାରେ  ।

– ଶାହରୁଖଙ୍କ ପାଖରେ କୋଲକାତା ନାଇଟ୍ ରାଇଡର୍ସ, ପ୍ରୀତି ଜିଂଟାଙ୍କ ପାଖରେ ପଂଜାବ୍ କିଙ୍ଗସ ଇଲେଭେନର ମାଲିକାନା ଥିବା ବେଳେ ଆଗକୁ ଅମିତାଭ କିଣିବେ ଦଳ  ।

ମଇଦାନରେ ଫଟାଫଟ୍ ଫାଇଟ୍  । ଟ୍ୱେଂଟି ଟ୍ୱେଂଟି କ୍ରିକେଟର ମହାକୁମ୍ଭ କୁହାଯାଉଥିବା ଆଇପିଏଲ୍ କେତେବେଳେ ଖେଳାଳୀଙ୍କ ଦାମକୁ ନେଇ ଚର୍ଚ୍ଚାରେ ଥାଏ ତ ପୁଣି କେତେବେଳେ ସିନେ ସେଲିବ୍ରିଟିଙ୍କ ମନୋରଂଜକ ଉପସ୍ଥିତି ଏହାକୁ କରିଥାଏ ଗ୍ଲାମରସ୍  । ଆଗକୁ ଏହି ବ୍ୟୟବହୁଳ ଲିଗରେ ସାମିଲ ହେବେ ସିନେ ଦୁନିଆର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର  । ପ୍ରୋ-କବଡ୍ଡି ଲିଗର ପ୍ରଥମ ବିଜେତା ଜୟପୁର ପିଙ୍କ୍ ପାନ୍ଥର୍ସ ଓ ଇଣ୍ଡିଆନ୍ ସୁପର୍ ଲିଗରେ ଚେନ୍ନାଇୟାନ୍ ଏଫସିର ମାଲିକାନା ନିଜ ପାଖରେ ରଖିଥିବା ବଚ୍ଚନ ପରିବାର ଆଗକୁ ଆଇପିଏଲରେ ବି କରିବ ଭାଗ୍ୟପରୀକ୍ଷା, ତେବେ ବିଧିବଦ୍ଧ ଘୋଷଣାକୁ ବାକି  ।