ଇଣ୍ଟରନେଟରେ ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’କୁ ନେଇ ଚିନ୍ତିତ ବିଗ୍ ବି !

84

‘ବ୍ଲୁ ହ୍ୱେଲ୍ ଗେମ୍’ ନାମକ ଇଂଟରନେଟ୍ ଗେମ୍ ର ପ୍ରଭାବରେ ଜଣେ ପିଲାର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଦୁଃଖିତ କରିଛି । ଆଉ ଏହି ମୃତ୍ୟୁର ଫାଶ ରୂପି ଏହି ‘ବ୍ଲୁ ହ୍ୱେଲ୍ ଗେମ୍’ କୁ ନେଇ ଖୁବ୍ ଚିନ୍ତା ପ୍ରକଟ କରିଛନ୍ତି ମହାନାୟକ ଅମିତାଭ । ଅମିତାଭ ନିଜର ଭାବନାକୁ ଦର୍ଶାଇବାକୁ ଯାଇ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି , ‘ଭୟାନକ ଖବର ପଢିଲି, ଇଂଟରନେଟରେ ପିଲାମାନେ ଭୟାନକ ଖେଳ ଖେଳୁଛନ୍ତି । ଜୀବନ ଜିଇଁବା ପାଇଁ ହୋଇଛି , ଏହା ସମୟ ପୂର୍ବରୁ ସାରିଦେବା ପାଇଁ ନୁହେଁ । ’

ଉଲ୍ଲେଖନୀୟ ଯେ,୩୦ ଜୁଲାଇରେ ମୁମ୍ବାଇର ଅନ୍ଧେରୀ ଇଷ୍ଟର ଶେର୍-ଏ-ପଂଜାବ କଲୋନୀରେ ଜଣେ ୧୪ ବର୍ଷର ପିଲା ମନପ୍ରୀତ ସାହନୀ ୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଶଙ୍କା କରାଯାଉଛି ଯେ , ସେ ‘ବ୍ଲୁ ହ୍ୱେଲ୍ ଗେମ୍’ ଟାକ୍ସ ପୂରା କରିବା ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି । ନବମ ଶ୍ରେଣୀରେ ଛାତ୍ର ଥିବା ଏହି ପିଲା ନିଜ ସାଙ୍ଗକୁ ମେସେଜ ଦେଇଥିଲା , ‘ମୁଁ ବିଲ୍ଡିଂରୁ ଡେଉଁଅଛି ।’ କେହି ତାଙ୍କୁ ବଂଚାଇବା ପୂର୍ବରୁ ସେ କୋଠାରୁ ଡେଇଁ ମୃତ୍ୟୁବରଣ କରିଥିଲା ।

‘ବ୍ଲୁ ହ୍ୱେଲ୍ ଗେମ୍’ରେ ୫୦ ଦିନ ଯାଏ ଭିନ୍ନ ଭିନ୍ନ ଟାସ୍କ ମିଳିଥାଏ । ପ୍ରତିଦିନ ଟାକ୍ସ ପୂରା କରିବା ପରେ ୫୦ ଦିନରେ ଟାକ୍ସ ପୂରା କରିଥିବା ବ୍ୟକ୍ତିକୁ ଆତ୍ମହତ୍ୟା କରିବାକୁ ପଡେ । ଏହି ପିଲାର ଦାବୀ ଯେ ଆତ୍ମହତ୍ୟା କରିଥିବା ତାର ସାଙ୍ଗ ମନପ୍ରୀତ ୫୦ ଦିନରୁ ବୋଧେ ଏହି ଗେମ୍ ଖେଳିଆସୁଥିଲା ।