ଠେଲା ଚାଳକଙ୍କ ଚିନ୍ତାଧାରାକୁ ବିଗ୍ ବି କଲେ ସଲାମ : କେବିସି ସେଟ୍ ରେ ତାଙ୍କ କାହାଣୀ ଶୁଣି ଭାବୁକ ହୋଇଗଲେ ସମସ୍ତେ

53

କୌନ ବନେଗା କରୋଡ଼ପତି ଶୋରେ ବୁଧବାର ରାତି ସ୍ଥିତି ବହୁତ ଭାବୁକ ହୋଇଯାଇଥିଲା, ଯେତେବେଳେ ଅମିତାଭ ବଚ୍ଚନ ଜଣେ ଠେଲା ଚାଳକଙ୍କ ଚିନ୍ତାଧାରାକୁ ପ୍ରଣାମ କଲେ । ହଟ୍ ସିଟ୍ ରେ ବସିଥିବା କେବିସି ପ୍ରତିଯୋଗୀ କିରଣଙ୍କ ପିତାଙ୍କୁ ଅମିତାଭ ବଚ୍ଚନ କହିଲେ କି ‘ଆପଣଙ୍କୁ ମୁଁ ପ୍ରଣାମ କରୁଛି । ଦେଶ ପାଇଁ ଆପଣ ବହୁତ ବଡ଼ ଉଦାହରଣ । ଆପଣଙ୍କ ଚିନ୍ତାଧାରକୁ ସାରା ଦେଶରେ ବ୍ୟାପକ କରିବାର ଆବଶ୍ୟକତା ଅଛି ।’ ଅମିତାଭଙ୍କ କଥା ଶୁଣି କିରଣଙ୍କ ପିତା ବି ଭାବୁକ ହୋଇଗଲେ ।

କିରଣ ପଂଜାବର ଅମୃତସର ବାସିନ୍ଦା । କିରଣ ଜଣେ ପିଏଚଡି ଛାତ୍ରୀ, କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତ ଅଛନ୍ତି । ଏହା ବ୍ୟତୀତ ସେ ଜାତୀୟ ସ୍ତରରେ ଜିମ୍ନାଷ୍ଟ ବି ରହିସାରିଛନ୍ତି । କିରଣକୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଛି ଏବଂ ଏଥିରେ ତାଙ୍କ ବାପାଙ୍କ ଯୋଗଦାନ ବହୁତ ବଡ଼ । ଦିନେ କିରଣଙ୍କ ବାପା ରାମ ଅଜୋରଙ୍କ ଚାକିରୀ ଚାଲିଯାଇଥିଲା, ସେହି ସମୟରେ କିରଣ ବହୁତ ଛୋଟ ଥିଲେ । ମାସେ ପର୍ଯ୍ୟନ୍ତ ରାମଙ୍କୁ କାମ ମିଳିନଥିଲା । କିରଣ ତିନି ଭଉଣୀ ଓ ଜଣେ ଭାଇ । ଗୋଟିଏ ସମୟରେ ତାଙ୍କ ପାଖରେ ଖାଇବାକୁ କିଛି ନଥାଏ । ଏହାପରେ ରାମ ଠେଲାରେ ଚାରା ଗଛ ବିକ୍ରି କରିବା ଆରମ୍ଭ କଲେ । ଥଣ୍ଡା, ଖରା ଓ ବର୍ଷାରେ ବି ତାଙ୍କ କାମ ଛାଡି ନଥିଲେ । ଜ୍ୱର ସମୟରେ ବି ସେ ଠେଲାରେ ଗଳିକନ୍ଦି ବୁଲି ଗଛ ଚାରା ବିକ୍ରି କରୁଥିଲେ । ଏହା ସତ୍ୱେ ରାମ ନିଜ ପିଲାଙ୍କୁ ପଢ଼ାଇଲେ ଓ ଏବେ ଚାରି ଜଣ ଭଲ ଚାକିରୀ କରୁଛନ୍ତି । ରାମ ସବୁବେଳେ ଚାହୁଁଥିଲେ କି ତାଙ୍କ ଜଣେ ପିଲା ଶିକ୍ଷକ ହେଉ ଓ କିରଣ ତାଙ୍କ ସ୍ୱପ୍ନ ପୁରା କଲେ । କିରଣ ଭଲ ଭାବରେ କେବିସି ଖେଳିଲେ ଓ ୧ ଲକ୍ଷ ୬୦ ହଜାର ଟଙ୍କା ଜିତିଲେ ।