ସୁଟିଂ ସମୟରେ ଆହତ ହେଲେ ବିଗ୍ ବି ! ଯନ୍ତ୍ରଣା ସତ୍ତ୍ୱେ ଜାରି ରଖିଲେ ସୁଟ୍

32

ବିଗ୍ ବିଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ସୁଟିଂ ସେଟରେ ଆହତ ହୋଇଛନ୍ତି ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ । ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ସୁଟିଂ ସମୟରେ ବିଗ୍ ବି ଦୁର୍ଘଟଣାର ଶିକାର ହୋଇଛନ୍ତି । ସିନେମାର ଏକ ସିନ୍ ସୁଟିଂ କରିବା ବେଳେ ଅମିତାଭଙ୍କ ପାଦ ଫ୍ୟାକ୍ଚର ହୋଇଛି ।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଘାତ ଲାଗିବା ପରେ ବି ଅଟକି ଯାଇନଥିଲେ ବିଗ୍ ବି । ଏବଂ ସୁଟିଂ ଜାରି ରଖିଥିଲେ । ମିଳିଥିବା ସୂଚନା ମୂତାବକ, ପାଦରେ ଫ୍ୟାକ୍ଚର ଯୋଗୁଁ ଅମିତାଭଙ୍କ ପିଠିରେ ମଧ୍ୟ ଯନ୍ତ୍ରଣା ହୋଇଥିଲା । କିନ୍ତୁ କାମ ପ୍ରତି ନିଜର ଉତ୍ସର୍ଗୀକୃତ ମନୋଭାବ ସହ ସମୟ ଅଭାବ ହେତୁ ଯନ୍ତ୍ରଣାରେ ବି ସୁଟିଂ ଜାରି ରଖିବା ପାଇଁ ନିଷ୍ପତି ନେଇଥିଲେ ବିଗ୍ ବି ।

ଉଲ୍ଲେଖଯୋଗ୍ୟ, ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ରେ ଅମିତାଭ୍ ବଚ୍ଚନଙ୍କ ସହ ଆମୀର ଖାନ୍ ,କ୍ୟାଟରୀନା କୈଫ୍ ଏବଂ ଫାତିମା ସାନା ଶେଖ୍ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତିି । ଏହା ସହ ଅମିତାଭ୍ ବଚ୍ଚନ ଆଉ ଏକ ସିନେମା ‘୧୦୨ ନଟ୍ ଆଉଟ’ରେ ମଧ୍ୟ ନଜର ଆସିବେ । ଏଥିରେ ସେ ଜଣେ ୧୦୨ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଛନ୍ତି । ସିନେମାରେ ତାଙ୍କ ସହ ଅଛନ୍ତି ଋଷି କପୁର୍ । ବଲିଉଡର ଏହି ଦୁଇ ମହାରଥୀ ବାପା, ପୁଅ ଭୂମିକାରେ ନଜର ଆସିବେ ।