ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ ! ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ କିଛି ସମୟ ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି, ଚିକିତ୍ସା ପରେ ଡିସଚାର୍ଜ

55

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଗତକାଲି ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ମୁମ୍ବାଇର ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପିଠିରେ ଯନ୍ତ୍ରଣା ଯୋଗୁଁ ସେ ହସପିଟାଲ ଯାଇଥିଲେ । ଇଞ୍ଜେକସନ ଦିଆଯିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଖବର ନେବାରେ ଜଣାଯାଇଛି ଯେ, ସେ ଗ୍ୟାସଟ୍ରୋ ଇନଟେଷ୍ଟାଇନଲ ସହ ବେକ ଓ ମେରୁଦଣ୍ଡରେ ସମସ୍ୟା ଥିଲା ।

 

ଅମିତାଭଙ୍କ ଆଗାମୀ ସିନେମା ‘୧୦୨ ନଟ୍ ଆଉଟ୍’ରେ ଦେଖିବାକୁ ପାଇବେ । ଏହି ସିନେମାରେ ତାଙ୍କ ସହିତ ବିଗତ ଦିନର ସୁପରଷ୍ଟାର ରିଷି କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ସିନେମାର ଟିଜର ଶୁକ୍ରବାର ଦିନ ନିର୍ଦ୍ଦେଶକ ଉମେଶ ଶୁକ୍ଲା ଟ୍ୱିଟରରେ ସେୟାର କରିଛନ୍ତି । ସିନେମାଟି ଚଳିତ ବର୍ଷ ମେ’ ମାସରେ ରିଲିଜ ହେବ । ସିନେମା ‘ଅମର ଅକବର ଆନ୍ତନୀ’ରେ ଭାଇ ଭୂମିକାରେ ଅଭିନୟ କରିଥିବା ଅମିତାଭ ଓ ରିଷି ଏହି ସିନେମାରେ ଦୁହେଁ ବାପା-ପୁଅ ଭୂମିକାରେ ନଜର ଆସିବେ । ଏହା ଏକ ଏଭଳି ବାପାପୁଅର କାହାଣୀ, ୧୦୨ ବୟସ ପରେ ବି ବାପା ସକରାତ୍ମକ ଥିବାବେଳେ ତାଙ୍କ ଅଧା ବୟସର ପୁଅର ଜୀବନ ନକରାତ୍ମକତା ଭରି ରହିଛି । ‘ଓ ମାଇଁ ଗଡ’ ସିନେମାର ନିର୍ଦ୍ଦେଶକ ଉମେଶ ଶୁକ୍ଲା ଦୁଇ ସୁପରଷ୍ଟାରଙ୍କ ଯୋଡିକୁ ୨୭ ବର୍ଷ ପରେ ଏକାଠି ନେଇ ଆସିଛନ୍ତି । ଏହି ସିନେମାର ଟିଜରରେ ଦୁଇ ମୁଖ୍ୟ କଳାକାରଙ୍କୁ ଖୁବ ଭଲ ଭାବେ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ ଟିଜରରେ ‘ମୁଁ ଦୁନିଆର ପ୍ରଥମ ବାପା ଯିଏକି ନିଜ ପୁଅକୁ ବୃଦ୍ଧାଶ୍ରମ ପଠାଉଛି’ ବୋଲି କହୁଥିବାର ନଜର ଆସିଛନ୍ତି ।