କେବିସି – ୯ ! ଅମିତାଭଙ୍କ ପ୍ରଶ୍ନରେ ଫଶିଲେ ଅଭିଷେକ, ଦେଇପାରିଲେନି ଉତ୍ତର

36

କନକ ବ୍ୟୁରୋ : ପୁଣି ଥରେ ଗୋଟିଏ ପରଦାରେ ଏକାଠି ନଜର ଆସିବେ ଅମିତାଭ୍ ଏବଂ ଅଭିଷେକ । ପୁଣି ଥରେ ସାମ୍ନା ସାମ୍ନି ହେବେ ବାପ ପୁଅ । ହେଲେ କୌଣସି ସିନେମା ପାଇଁ ନୁହେଁ ବରଂ କେବିସି ସିଜିନ୍ ୯ରେ । ପ୍ରଶ୍ନ ପଚାରିବେ ବିଗ୍ ବି ଆଉ ଉତ୍ତର ରଖିବେ ଅଭିଷେକ । ଅର୍ଥାତ୍ ଏଥର କେବିସିରେ ପ୍ରତିଯୋଗୀ ହୋଇ ଆସିବେ ଜୁନିୟର ବଚ୍ଚନ ।

3-555_091417012112ଏକଥା ସମସ୍ତଙ୍କୁ ଜଣା ଯେ ଅଭିଷେକ ବଚ୍ଚନ ନା କେବଳ ସ୍ପୋଟର୍ସ ଜଣେ ଜବରଦସ୍ତ ପ୍ରଶଂସକ ବରଂ ଗୋଟିଏ ଫୁଟବଲ୍ ଟିମର ମାଲିକ ମଧ୍ୟ । ଇଣ୍ଡିଆନ୍ ସୁପର୍ ଲିଗରେ ଟିମ୍ ଚେନ୍ନାଇ ଏଫସିର ମାଲିକ ହେଉଛନ୍ତି ଅଭିଷେକ । ଏହା ସହ ସେ ଅଲ୍ ଷ୍ଟାର୍ସ ଫୁଟବଲ୍ କ୍ଲବର କ୍ୟାପଟେନ୍ ମଧ୍ୟ । ତେଣୁ ଫୁଟବଲ୍ ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଅଭିଷେକଙ୍କ ପକ୍ଷରେ ଖୁବ୍ ସହଜ । କିନ୍ତୁ କେବିସି ସେଟରେ ହୋଇଛି ଠିକ୍ ଓଲଟା ।

ଖବର ମୂତାବକ , ଅମିତାଭ୍ ଯେତେବେଳେ ଫୁଟବଲ୍ ସହ ଜଡିତ ଏକ ପ୍ରଶ୍ନ ପଚାରିଲେ ସେତେବେଳେ ଜୁନିୟର୍ ବଚ୍ଚନ ଉତ୍ତ ର ଦେଇପାରିନଥିଲେ । ଯାହା ବିଗ୍ ବିଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା । ଫଳରେ ଅଭିଷେକଙ୍କୁ ବିଗ୍ ବି ମନେ ପକାଇଦେଇଥିଲେ କିପରି ସେ ଘରେ ଅଧିକାଂଶ ସମୟ ଫୁଟବଲକୁ ନେଇ ଚର୍ଚ୍ଚା କରନ୍ତି । ତଥାପି କିପରି ଉତ୍ତର ଦେଇ ପାରୁନାହାଁନ୍ତି ବୋଲି ଅମିତାଭ୍ ତାଙ୍କୁ ପଚାରିଥିଲେ ।

1-555_091417012112ତେବେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଅଭିଷେକ କଣ କଲେ । କୌଣସି ଲାଇଫ୍ ଲାଇନ୍ ବ୍ୟବହାର କଲେ କି ? ଯଦି କଲେ ତେବେ କେଉଁ ଲାଇଫଲାଇନ୍ ବ୍ୟବହାର କରି ଉତ୍ତର ଦେଇଥିଲେ । ଆଉ ଏହି ସୋରେ କେତେ ଟଙ୍କା ଜିତିଲେ ଜୁନିୟର୍ ବଚ୍ଚନ । ଏସବୁ ପଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ ଏହି ଏପିସୋଡକୁ ଅପେକ୍ଷା କରିବାକୁ ପଡିବ । ବିଗ୍ ବି ଏବଂ ଜୁନିୟର୍ ବଚ୍ଚନଙ୍କ ଏହି ଏପିସୋଡ୍ ୧୫ ସେପ୍ଟେମ୍ବର୍ ଅର୍ଥାତ୍ ଆସନ୍ତାକାଲି ପ୍ରସାରଣ କରାଯିବ ।